ପୁଲୱାମା ସିଆର୍‌ପିଏଫ୍‌ ଶହୀଦଙ୍କ ସ୍ମୃତିରେ ବଲାଙ୍ଗିର ସିଆର୍‌ପିଏଫ୍‌ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩ ବର୍ଷ ପୂର୍ବେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନଙ୍କ ସ୍ମୃତିରେ ଆଜି ସ୍ଥାନୀୟ ପିପି ଏକାଡେ଼ମୀରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ୧୮୯ ବାଟାଲିୟନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ୍‌ ପୱନ କୁମାର ତିୱାରୀ ଉଦ୍‌ଘାଟନ କରି ପୁଲୱାମା ସିଆର୍‌ପିଏଫ୍‌ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସିଓ୧୧(ଓ)ଏନ୍‌ସିସି କର୍ଣ୍ଣେଲ ରଞ୍ଜନ ଚକ୍ରବର୍ତ୍ତୀଙ୍କ ସହ ସିଆର୍‌ପିଏଫ୍‌ର ଅଧିକାରୀ ଓ ଯବାନ ମାନେ, ଏନ୍‌ସିସି କ୍ୟାଡେର଼୍ଟସ୍‌ ଓ ଜଣାଶୁଣା ସାମାଜିକ କର୍ମୀ ତଥା ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ ୧୫୦ ୟୁନିଟ୍‌ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ବଲାଙ୍ଗିର ବ୍ଲଡ଼୍‌ ବ୍ୟାଙ୍କର କର୍ମଚାରୀମାନେ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ୧୪ ଫେବୃୟାରୀ, ୨୦୧୯ ଦିନ ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଯାଇଥିଲେ ।

Leave A Reply

Your email address will not be published.