oom

ରାଜ୍ୟରେ ମଜବୁତ ହେଉଛି ବଲାଙ୍ଗିରର କ୍ରାଇମ ସିଟି ଟ୍ୟାଗ୍‌

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କାଁ ଭାଁ ଦୁର୍ଘଟଣା ଆଉ ସାମନ୍ୟ ଗୋଳମାଳ ଆଉ ବଲାଙ୍ଗିର ସହରର ପହଚାନ ହୋଇ ରହି ନାହିଁ । ବିଗତ ଦିନରେ ବିଭତ୍ସ ହତ୍ୟାକାଣ୍ଡ, ନିଶା ଓ କାଠ ମାଫିଆକୁ ନେଇ ସାରା ରାଜ୍ୟରେ ବଲାଙ୍ଗିରକୁ କ୍ରାଇମ ସିଟିର ଆଖ୍ୟା ମିଳିଥିବା ବେଳେ ବିଗତ ଦିନର ସାର୍ଟିଫିକେର୍ଟ ସ୍କାମ ଉକ୍ତ ଆଖ୍ୟାକୁ ଆହୁରି ମହିମା ମଣ୍ଡନ କରିଛି । ଅଭିଯୋଗକ୍ରମେ ପୋଲିସର ତୁରନ୍ତ ପଦକ୍ଷେପ ଘଟଣାକୁ ପ୍ରଘଟ କରିବା ସହ ଘଟଣାର ମାଷ୍ଟରମାଇଣ୍ଡ, ସହେଯାଗୀ ସହ ସଂପୃକ୍ତଙ୍କୁ ଆଇନର ପଂଝାକୁ ଆଣିବାକୁ ସଫଳ ହୋଇଛି । ତେବେ ରେଶ୍‌ ଡ୍ରାଇଭିଂ, ରୋଡ ରେଜ୍‌, ଇଭ ଟିଜିଂ, ହନି ଟ୍ରାପିଂ, ଦେହ ବ୍ୟାପାର ଓ ସଟ୍ଟା ବଜାର ଏବେ ବି ସହରରେ ବଳ ବତ୍ତର ରହିଛି । ଅନେକ ଦିନର ନିରବତା ପରେ ବିଗତ ଦିନରେ ପୋଲିସର ଅଚାନକ ଚଞ୍ଚଳତା ସହରର ଅବସ୍ଥା ତଥା ଜନସାଧାରଣଙ୍କ ମନୋସ୍ଥିତିକୁ ବେଶ ସୁହାଇଛି । ବର୍ଷ ବର୍ଷ ଧରି ବେଆଇନ ରାଜୁତି କରୁଥିବା କଳା ସର୍ଦ୍ଦାରମାନଙ୍କ ରଙ୍ଗମହଲକୁ ଧ୍ୱଂସ କରିବା, ଛୋଟରୁ ବଡ ପ୍ରାୟ ସମସ୍ତ ନିଶା ମାଫିଆଙ୍କୁ କାବୁ କରି କୋର୍ଟ ଚାଲାଣ କରିବା, ମଦୁଆଙ୍କୁ ତାଗିଦ କରିବା, ଅଭିଯୋଗ ମତେ ସାର୍ଟିଫିକେର୍ଟ ସ୍କାମକୁ ଉଣା ଅଧିକେ ପର୍ଦ୍ଦାଫାସ କରିବାରେ ବଲାଙ୍ଗିର ପୋଲିସ ବେଶ ସଫଳତା ଅର୍ଜନ କରିଛି । କିନ୍ତୁ ଅନ୍ୟପଟେ ସମାନ ଭାବେ କଫ୍‌ ସିରପ ମାଫିଆର କିଙ୍ଗ ପିନ୍‌ ଆଇନ କବଜାରୁ ଖସିଯିବା, ସହରରେ ଏଯାଏଁ ସଟ୍ଟା କାରବାର ଜୋରସୋରରେ ଜାରି ରହିବା, କଡାକଡି ଟ୍ରାଫିକ ବ୍ୟବସ୍ଥା ସତ୍ୱେ ବାଇକରର୍ସ ମାନଙ୍କ ଦୌରାତ୍ମ୍ୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ରାସ୍ତାରେ ଏବେବି ଛାତ୍ରୀମାନଙ୍କ ସୁରକ୍ଷା ପ୍ରଶ୍ନବାଚୀ ହୋଇ ରହିବା, ଲକ୍ଷ୍ମୀଯୋର କୁଳରେ ଏବେବି ମଦ ଆସର ତଥା ସହରର ବିଭିନ୍ନ ଉପାନ୍ତ ଅଂଚଳରେ ଦେହ ବ୍ୟାପାର ଜାରି ରହିବା ବଲାଙ୍ଗିରବାସୀଙ୍କୁ ଆତଙ୍କିତ କରିବା ସହ ରାଜ୍ୟରେ ବଲାଙ୍ଗିର କ୍ରାଇମ ସିଟି ଟ୍ୟାଗକୁ ଆହୁରି ମଜବୁତ କରୁଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ପୋଲିସ ପ୍ରଶାସନକୁ ଆହୁରି ପ୍ରଖର ହେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.