ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଡ଼. ବିଆର ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା ଡ଼. ବିଆର ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଝରିଆଲ ଓ ସର୍ଗୁଲ ଦଳ ଫାଇନାଲ ମ୍ୟାଚ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ । ପ୍ରଥମେ ସର୍ଗୁଲ ଦଳ ବ୍ୟାଟିଂ କରି ୧୦ ଓଭରରେ ୮ ୱିକେଟ୍ ହରାଇ ୩୨ ରନ୍ ସଂଗ୍ରହ କରିଥିଲା ଜବାବରେ ଝରିଆଲ ଦଳ ୪ ଓଭର ୫ ବଲରେ ୩ ୱିକେଟ୍ ହରାଇ ୩୪ ରନ୍ ସଂଗ୍ରହ କରି ଝରିଆଲ ଚାମ୍ପିୟନ ହୋଇଥିଲା । ଉମେଶ ଛୁରା ଓ ରମେଶ ବାଗ ଖେଳ ପରିଚାଳନା କରିଥିଲେ । ନରେଶ ବାଗ ଓ ସୁଜିତ ସୁନା ଧାରା ବିବରଣୀ ପ୍ରଦାନ କରଯାଇଥିଲା । ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଅତିଥି ଜିଲ୍ଲା ପରିଷଦ ସଦସ୍ୟ ଓମା କୁମ୍ଭାର, ଅବସରପ୍ରାପ୍ତ ସୈନିକ ତଥା ଯୁବନେତା ଗିରିରାଜ ମାଝୀ, ଡ଼ାକ୍ତର ଅନିତା ଦାସ, ଡ଼ାକ୍ତର ନିରଞ୍ଜନ ମଣ୍ଡଳ ପ୍ରମୁଖ ଅତିଥି ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଲୋକନାଥ ଭୋଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଛି । ଆୟୋଜକ କମିଟିର ସଭାପତି ସିଦ୍ଧାର୍ଥ ବଏ, ସମ୍ପାଦକ କାଞ୍ଚନ ବିଏଲ କୁମ୍ଭାର, ଅମର ବାଗ, ରାହୁଲ ସୁନା, ଡେଭିଡ଼ ବାଗ, ଲୋଚନ ବିଭାର, ଜାଭେଦ ହିଆଲ, ତନୁଜ ବାଗ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।