oom

ବ୍ଲୁ ବାଡ଼ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩୨ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ଢେଙ୍କାନାଳ, (ତାପସ ଦାସ) : ସତ୍ୟଜିତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ଭୁବନ କ୍ରିକେଟ ଆସୋସିଏସନ କୋଣାର୍କ କ୍ରିକେଟ କ୍ଲବ ସୁକିନ୍ଦାକୁ ପରାସ୍ତ କରି ବିଜେତା ହୋଇଛି, ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭୁବନର ଉପେନ୍ଦ୍ର ଲେଙ୍କା, ମ୍ୟାନ ଅଫ୍‌ ଦି ସିରିଜ ସୁକିନ୍ଦାର ଅରବିନ୍ଦ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି, ଏହି ଉଦ୍‌ଯାପନୀ ଦିବସରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କେଶରିଚନ୍ଦ୍ର ବାରିକ, ବୋଲିବୋ ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ ଯୋଗଦାନ କରିଥିବା ବେଲେ ଖେଳ ପରିଚାଳକ ଭାବେ ସୁବ୍ରତ ରାଉତ ଓ ସମ୍ୟବ ଯୀଶୁ ଦାୟିତ୍ୱ ସମ୍ପାଦନା କରିଥିଲେ, ପବିତ୍ର ମୋହନ ଦେହୁରୀ ଧାରା ବିବରଣୀ ପ୍ରଦାନ କରିଥିଲେ, ଚିନ୍ମୟ ଦାସ ଓ ରମଣୀ ରଞ୍ଜନ ବିଶ୍ୱାଳ ସ୍କୋର ବୋର୍ଡ ଦାୟିତ୍ୱ ତୁଳାଇଥିବା ବେଳେ ସୋମନାଥ ବେହେରା ଓ ଦୀପକ ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ ।

jittmm
Leave A Reply

Your email address will not be published.