ମା’ ଭଣ୍ଡାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : କୁଲିଆଡ଼ଙ୍ଗରିକୁ ହରାଇ ବିଜେପୁର ବିଜୟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଚରାଭଟା ସ୍ଥିତ ମହାବନ୍ଦ ଖେଳ ପଡ଼ିଆଠାରେ ମା’ ଭଣ୍ଡାର ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ କବିତା ତାଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜ ପ୍ରତିନିଧି ବିକାଶ ଖର୍ସେଲ ପ୍ରମୁଖ ମଞ୍ଚାସିନ ଥିଲେ । ଆଜିର ଉଦ୍‌ଘାଟିତ ମ୍ୟାଚ୍‌ରେ ବିଜେପୁର ଦଳ ଓ କୁଳିଆଡ଼ଙ୍ଗରି ଦଳ ମଧ୍ୟରେ ଖେଲ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି କୁଳିଆଡ଼ଙ୍ଗରି ଦଳ ଫିଲ୍ଡିଂଗର ନିଷ୍ପତ୍ତି ନେଇଥିଲା । ବିଜେପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ ୧୬ ଓଭରରେ ୮ ଉକେଟ ହରାଇ ୧୮୩ ରନ ସଂଗ୍ରହ କରିଥିଲା । ଜବାବରେ କୁଳିଆଡ଼ଙ୍ଗରି ଦଳ୧୪ ଓଭର ୩ ବଳ ଖେଳି ୧୧୯ କରିଥିଲା । ଫଳରେ ଆଜିର ଏହି ମ୍ୟାଚରେ ବିଜେପୁର ଦଳକୁ ବିଜୟ ଘୋଷିତ କରାଯାଇଥିଲା । ରମାଞ୍ଚଳ ଭୋଇ ଓ ମଦନମୋହନ ଗହୀର ଖେଲ ପରିଚାଳନା କରିଥିବା ବେଳେ ସ୍କୋର ଦାୟିତ୍ଵରେ ପ୍ରଦୀପ ତାଣ୍ଡି ଦାୟିତ୍ୱ ତୁଲାଇଥିଲେ ସୁଜିତ ସରାଫ ଓ ଭୁଜରାଜ ତାଣ୍ଡି ଧାରା ବିବରଣୀ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଶଂଗ୍ରହଣ କରିଥିବା ବେଳେ ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି । ଆଜିର ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.