୧୮ତମ ମା’ ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଭେଟେରାନ୍ କ୍ରିକେଟ ଆସୋସିଏସନ୍‌, ଭୁତିବାହାଲ ଆନୁକୂଲ୍ୟରେ ୧୮ତମ ମା’ ଆଗଲପୁରିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ରାଇସଲପଦର ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ କରମ ସିଂ ସାହୁ, ନରେନ୍ଦ୍ର ଟଟଙ୍ଗ, ଭୁତିବାହାଲ ୱାର୍ଡ ମେମ୍ବର ଜଂଗଲୁ ବାଗ, ସାମାଜିକ କର୍ମୀ ଅକଲ ସାହୁ, ଦିବ୍ୟକିଶୋର ସାହୁ, ସୁବାସନ ସାହୁ ପ୍ରମୁଖ ଅତିଥିଗଣ ଯୋଗଦେଇଥିଲେ । ୧୬ଟି ଦଳକୁ ନେଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଜିର ମ୍ୟାଚରେ ନଅଗାଁ(କ)ଦଳ ଜେମାପଲିକୁ, ଭରସୁଜା ଦଳ ସନ୍ଧିବାହାଲକୁ, ବିନ୍ଧାପାଲି ଦଳ ବଡସାହାଜବାହାଲ ଦଳକୁ ଓ ମନୁପାଲି ଦଳ ଟୁର୍ଚ୍ଚା ଦଳକୁ ପରାସ୍ତ କରି କ୍ୱାଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ପରେ ପ୍ରଥମ କ୍ୱାଟର ଫାଇନାଇରେ ଭରସୁଜା ଦଳ ନଅଗାଁ(କ) ଦଳକୁ, ଦ୍ଵିତୀୟ କ୍ୱାଟର ଫାଇନାଲରେ ମନୁପାଲି ଦଳ ବିନ୍ଧାପାଲି ଦଳକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଏହି ଖେଳରେ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ ପବିତ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଘନଶ୍ୟାମ ବାଗ, ଓ ବନମାଳୀ ପୁଟେଲ । ସ୍କୋରିଙ୍ଗ ଦାୟିତ୍ୱରେ ଥିଲେ ଆଦିତ୍ୟ ବାଗ ଓ ଯୁଗେଶ୍ୱର ସାହୁ । ମ୍ୟାଚ୍‌ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ ଲୋଚନ ସାହୁ । ଏହା ବ୍ୟତୀତ ଅସୋସିଏନ୍‌ର ଅନ୍ୟାନ୍ୟ ସଦସ୍ୟ ବିଜେପି ସାହୁ, ସରୋଜ ସାହୁ, ରୁଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.