jayashree

ଜେଏସ୍‌ପିଏଲ୍‌ ଜିତିଲା ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ ୨୦୨୧

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରିଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ୨୦୨୧ ଉଦ୍‌ଯାପନ ହୋଇଅଛି । ଆଜିର ଏହି ଚିତ୍ତାକର୍ଷକ ଫାଇନାଲ ମ୍ୟାଚ ଜେଏସ୍‌ପିଏଲ୍‌ ଦଳ ବନାମ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଜେଏସ୍‌ପିଏଲ୍‌ ଦଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳକୁ ୪ ଉଇକେଟରେ ପରାସ୍ତ କରି ଚମ୍ପିଆନ ହୋଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିନିୟର ଏନ୍‌ଭାଇରନମେନ୍ଟ ଇଞ୍ଜିନିୟର ସନ୍ତୋଷ କୁମାର ପଣ୍ଡା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିନିୟର ଏନଭାଇରନମେନ୍ଟ ଇଞ୍ଜିନିୟର ଶିତିକାନ୍ତ ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ ଅଫିସର ଡଃ ଅନୁପ ମଲିକ, ଜେଏସ୍‌ପିଏଲ୍‌ ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ହୃଦୟେଶ୍ଵର ଝା, ଆଇରନ ଜୋନ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ଟାଟା ଷ୍ଟିଲ ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀଙ୍କ ସମେତ ଶତାଧିକ କ୍ରୀଡାପ୍ରେମୀ ଏହି ଚିତ୍ତାକର୍ଷକ ଫାଇନାଲ ମ୍ୟାଚକୁ ଉପଭୋଗ କରିଥିଲେ । ଟସ ଜିଣି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇ ପ୍ରଥମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଧାରିତ ୨୦ ଅଭରରେ ୭ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ । ୧୩୪ ରନର ଲକ୍ଷ୍ୟକୁ ଜେଏସ୍‌ପିଏଲ୍‌ ଦଳ ୧୯.୨ ଅଭରରେ ୬ ଉଇକେଟ ବିନିମୟରେ ହାସଲ କରି ନେଇଥିଲେ । ଏହି ଟୁର୍ନାମେଣ୍ଟରେ ଜେଏସ୍‌ପିଏଲ୍‌ ଦଳର ରାହୁଲ ଆନେପୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଟୁର୍ନା ମେଣ୍ଟ, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ବିବେଚିତ ହୋଇଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର, ରାଜେସ ପ୍ରଧାନ ଏବଂ ଦୀପ୍ତି ରଞ୍ଜନ ଶ୍ରେଷ୍ଠ ଉଇକେଟ କିପର ଏବଂ ଶ୍ରେଷ୍ଠ ଫିଲଡର ଭାବେ ପୁରସ୍କୃତ ହୋଇଥିଲେ । ଜେଆଇଟିପିଏଲ ଦଳ ଏହି ଟୁର୍ନାମେଣ୍ଟର ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପରିଗଣିତ ହୋଇଥିଲା । ବିଜୟୀ ଦଳ, ରନର୍ସ ଅଫ୍‌ ଦଳ ତଥା ସମସ୍ତ ସଫଳ ଖେଳାଳିଙ୍କୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରଯାଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳର ଅଧିନାୟକ ଶିତିକାନ୍ତ ସାହୁ ଏବଂ ଜେଏସ୍‌ପିଏଲ୍‌ ଦଳର ଅଧିନାୟକ ଦେବେନ୍ଦ୍ର ସାହୁ ଆୟୋଜକଙ୍କୁ ସୁନ୍ଦର ଆୟୋଜନ ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଆମିଟି କପ୍‌, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟକୁ ଓଡିଶା କ୍ରିକେଟ ଆସୋସିଏସନ୍‌ର ପ୍ୟାନେଲ ଅମ୍ପାୟାର ଜୟକୃଷ୍ଣ ରାଉତ, ମହେଶ କୁମାର ମୁନସି ଏବଂ ତାପସ ମହାନ୍ତି ପରିଚାଳନା କରିଥିଲେ । ଏହି ଟି-୨୦ ଚତୁଃ ଦିବସୀୟକ୍ରିକେଟ ଟୁର୍ନାମେଣ୍ଟରେ ଜେଏସ୍‌ପିଏଲ୍‌, ଟାଟା ଷ୍ଟିଲ, ମେରାମଣ୍ଡଳୀ, ଜେଆଇଟିପିଏଲ୍‌, ଜିଏମ୍‌ଆର୍‌, ଏମ୍‌ଜିଏମ୍‌ ଷ୍ଟିଲ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦଳ ଅଂଶ ଗ୍ରହଣ କରିଥିଲେ । ଆମିଟି କପ୍‌ର ପରବର୍ତୀ ସଂସ୍କରଣ ଟାଟା ଷ୍ଟିଲ ମେରମଣ୍ଡଳୀରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରଯାଇଥିଲା ।

Leave A Reply

Your email address will not be published.