jayashree

ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆବ୍ରାହମ ଓ ତୁଷାର ରୟାଲ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ପ୍ରଥମ ମ୍ୟାଚଟି ଆବ୍ରାହମ ଓ ସ୍ୱରାଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆବ୍ରାହମ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୨ ୱିକେଟ ବିନିମୟରେ ୨୨୧ ରନ୍‌ ସଂଗ୍ରହ କରିଥିଲା । ଦଳ ତରଫରୁ କିଶନ ନାଏକ ଅପରାଜିତ ସର୍ବାଧିକ ୧୧୦ ରନ୍‌ (୫୨ ବଲ) ଓ ଆୟୁଷ ସାହୁ ୭୪ ରନ୍‌ ସଂଗ୍ରହ କରିଥିଲେ । ସ୍ୱରାଜ ଦଳ ପକ୍ଷରୁ ସଫଳ ବୋଲର ଭାବରେ ଆୟୁଷ୍ମାନ ଦାଶ ଓ ଗୋଲକ ବିହାରୀ ସିଂଦେଓ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ସ୍ୱରାଜ ଦଳ ସମୁଦାୟ ୨୦୪ ରନ୍‌ ସଂଗ୍ରହ କରି ୧୭ ରନ୍‌ରେ ପରାଜିତ ହୋଇଥିଲେ । ସ୍ୱରାଜ ଦଳ ପକ୍ଷରୁ ଖଗେଶ୍ୱର ପ୍ରଧାନ ସର୍ବାଧିକ ୪୩ ରନ୍‌, ଶୈଳେଶ ପଟ୍ଟନାୟକ ୩୭ ରନ୍‌ ଓ ଧର୍ମେନ୍ଦ୍ର ମିଶ୍ର ୨୬ ରନ୍‌ ସଂଗ୍ରହ କରିଥିଲେ । ଆବ୍ରାହମ ଦଳ ପକ୍ଷରୁ ସଫଳ ବୋଲର ଭାବରେ କିଶନ ନାଏକ ଓ ଇସାନସୁ ନାମଦେବ ୨ ଗୋଟି ଲେଖାଏଁ ୱିକେଟ ନେଇଥିଲେ । ଆବ୍ରାହମ ଦଳର କିଶନ ନାଏକଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଦିଆଯାଇଥିଲା । ସେହିଭଳି ଭାବରେ ଦ୍ୱିତୀୟ ମ୍ୟାଚ୍‌ଟି ସାନଭି ଓ ତୁଷାର ରୟାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ସାନଭି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୭୩ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅନୁରାଗ ପ୍ରଧାନ ସର୍ବାଧିକ ୧୩ ରନ୍‌ ସଂଗ୍ରହ କରିଥିଲେ । ତୁଷାର ରୟାଲ ଦଳ ପକ୍ଷରୁ ସଫଳ ବୋଲର ଭାବରେ ବିଜ୍ଞାନ ମିଶ୍ର ସର୍ବାଧିକ ୪ ଗୋଟି ୱିକେଟ ଓ ବାବୁଲୁ ସେଠି ୩ ଗୋଟି ୱିକେଟ ନେଇଥିଲେ । ଜବାବରେ ତୁଷାର ରୟାଲ ଦଳ ୩ ୱିକେଟ ହରାଇ ଆବଶ୍ୟକୀୟ ୭୪/୩ ରନ୍‌ ସଂଗ୍ରହ କରି ବିଜୟ ହୋଇଥିଲେ । ତୁଷାର ରୟାଲ ଦଳ ପକ୍ଷରୁ ରାଘବେନ୍ଦ୍ର ତ୍ରିପାଠୀ ୪୨ ରନ୍‌ ଓ ରାହୁଲ ସାହୁ ୧୨ ରନ୍‌ ସଂଗ୍ରହ କରିଥିଲେ । ସାନଭି ଦଳର ସତ୍ୟନାରାୟଣ ଜେନା ୨ ଗୋଟି ୱିକେଟ ନେଇଥିଲେ । ତୁଷାର ରୟାଲ ଦଳର ବିଜ୍ଞାନ ମିଶ୍ରଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଦୟାନନ୍ଦ ପ୍ଲେ ସ୍କୁଲର ପ୍ରିନ୍‌ସିପାଲ ଦିବ୍ୟନାରାୟ ମିଶ୍ର ଯୋଗ ଦେଇଥିବା ବେଳେ ପୂଣ୍ଣ୍ୟମୁର୍ତ୍ତି ଖ୍ରୀଷ୍ଟୋଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ତଥା ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚ୍‌କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର, ସମୀର ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ପଣ୍ଡା ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ପ୍ରତ୍ୟେକ ଦିନ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ୫୦ହଜାର ଓ ରନର୍ସଅଫ୍‌ ଦଳକୁ ୩୦ ହଜାର ରାଶି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତାକାଲି ଫାଇନାଲ ମ୍ୟାଚଟି ତୁଷାର ରୟାଲ କିଙ୍ଗ ଓ ଏଏଫ୍‌ସିସି ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.