
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଶାନ୍ତିପଡାର ଟାଇଗର ୟୁଥ୍ କ୍ଲବ ପକ୍ଷରୁ ଏକ ମନୋଜ୍ଞ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ଅବସରରେ କ୍ଲବ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ ପରେ ନିକଟସ୍ଥ ଆଇଟିଆଇ ଖେଳ ପଡିଆରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଶାନ୍ତିପଡା ଭେଟେରାନ୍ ଓ ଲର୍କିପାଲି ଭେଟେରାନ୍ ମଧ୍ୟରେ ଦିନ ତମାମ ୩ଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଶାନ୍ତିପଡା ଭେଟେରାନ୍ ଦଳ ବିଜୟୀ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଲର୍କିପାଲି ଭେଟେରାନ୍ ଦଳ ବିଜୟୀ ହୋଇଥିଲେ । ଏଥିରେ ପ୍ରଥମ ପର୍ଯ୍ୟାୟରେ ‘କୋଶଳ ପ୍ରବାହ’ର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଶେଷ ପର୍ଯ୍ୟାୟରେ ଔଷଧ କମ୍ପାନୀ ଅଧିକାରୀ ଲଳିତ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ଉଭୟ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଶାନ୍ତିପଡା ଭେଟେରାନ୍ ଟିମ୍ ପ୍ରଥମ ପୁରସ୍କାର ଗ୍ରହଣ କରିଥିବା ବେଳେ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିଥିଲା ଲର୍କିପାଲି ଭେଟେରାନ୍ ଟିମ୍ । ଶାନ୍ତିପଡା ଟାଇଗର ୟୁଥ୍ କ୍ଲବର ସମସ୍ତ ସଦସ୍ୟ ବିଶେଷ ସହଯୋଗ ପ୍ରଦାନ କରି ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ ।
