oom

ମଦନପୁର ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

jsmm
  • ଭାଲୁପିଆ ଦଳ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟଣ୍ଟ ରବିବାର ଦିନ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିଣି ଭାଲୁପିଆ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭର୍‌ରେ ୯ ୱିକେଟ ହରାଇ ୧୦୦ ରନ୍‌ କରିଥିବା ବେଳେ ଡି. କରଲାଖୁଣ୍ଟା ଦଳ ୧୦ ଓଭର୍‌ରେ ୮ ୱିକେଟରେ ୫୦ ରନ୍‌ କରିଥିଲେ । ଫଳରେ ୩୦ ରନ୍‌ରେ ଭାଲୁପିଆ ଦଳ ବିଜୟୀ ହୋଇଛନ୍ତି । ଆଜିର ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ଯୁବ ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ସମ୍ମାନିତ ଅତିଥି ସରପଞ୍ଚ କେତକୀ ଦଣ୍ଡିଆ, ସମିତି ସଭ୍ୟା ପଦ୍ମିନୀ ଭୋଇ, ବୁଦ୍ଧିଜୀବୀ ଓ ଉଦ୍ୟୋଗୀ ଦୁର୍ଯ୍ୟୋଧନ ପାଢ଼ୀ, ସୁଜିତ ପାଢ଼ୀ, ପେସ୍କ ସଭାପତି ହରି ମହାନନ୍ଦ, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ସିଓଇ କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରା, ଯୁବ ବିଜେଡି ନେତା ରାହସ ପୋଡ଼, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରେଷ୍ଠ ଖେଳାଳି ଭାବେ ବବଲୁ ଭୋଇ, ଶ୍ରେଷ୍ଠ ବୋଲର ଭାବେ ନିତ୍ୟା ମାଝୀ ଓ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଜନ୍ମେଜୟ ମାଝୀ ସହ ଉଭୟ ଦଳଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ଅତିଥିମାନେ । ଚିତ୍ତରଞ୍ଜନ ପୁଝାରୀ, ରାଜୀବ ବଗର୍ତ୍ତି, ଅଶ୍ୱିନୀ ଗହୀର ଓ ବିରେନ୍ଦ୍ର ବାହୁକ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡରେ ଶମ୍ଭୁ ବାହୁକ ଓ ତେଜରାଜ ମହାନନ୍ଦ, ଧାରା ବିବରଣୀ ପ୍ରଦାନ କରିଥିଲେ ରାଜେନ୍ଦ୍ର କୁମାର ରଜନୀକାନ୍ତ ଦାସ । ଉକ୍ତ ଟୁର୍ଣ୍ଣାମେଣ୍ଟଣ୍ଟରେ ଆୟୋଜକ କମିଟି ଆଶିଷ ଦଣ୍ଡିଆ, ରିତେଶ ମହାନନ୍ଦ, ଦେବି ପ୍ରସାଦ ଭୋଇ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.