ମୋହନଗିରି ଠାରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

  • ସେମିଫାଇନାଲ୍‌ରେ ପହଞ୍ଚିଲା ବଲାଙ୍ଗିର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଚତୁର୍ଥ ଦିନ ବଲାଙ୍ଗିର ଓ କଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଟିମ୍‌ ନିର୍ଦ୍ଧାରିତ ୧୬ ଓଭର୍‌ରେ ୯ ୱିକେଟ ବିନିମୟରେ ୨୬୬ ରନ୍‌ କରିଥିବା ବେଳେ କଳାହାଣ୍ଡି ଟିମ୍‌ ୧୩.୫ ବଲରେ ସମସ୍ତ ୱିକେଟ ହରାଇ ୧୯୪ ରନ୍‌ କରିଥିଲେ । ବଲାଙ୍ଗିର ଟିମ୍‌ ୭୨ ରନ୍‌ରେ ବିଜୟ ଲାଭ କରି ସେମିଫାଇନାଲ୍‌କୁ ପ୍ରବେଶ କରିଥିଲା । ମୁକେଶ ପଧାନ ୫୯ ରନ୍‌ କରି ମ୍ୟାନ୍‌ ଅପ ଦି ମ୍ୟାଚ୍‌ର ହକଦାର ହୋଇଥିଲେ । ଏହି ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେପି ସମ୍ପାଦକ ଦେବେନ୍ଦ୍ର କୁନ୍ଦେଇ, ସମ୍ମାନିତ ଅତିଥି ଭାବେ ଅଭିରାମ ରଣା, ଡାକ୍ତର ସ୍ମୃତିରଞ୍ଜନ ପରମାଣିକ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରାଧାକାନ୍ତ ବେହେରା, ଜୁବିନ ଲାହାଜାଲ ଓ ଧୀରେନ୍ଦ୍ର ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ସୁନୀଲ କୁମାର ଭୋଇ, ଟୁକୁ ମହାନନ୍ଦ ଓ ଦୈତାରି ମାଝୀ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ସପନେଶ୍ୱର କର୍ମୀ । ଅନୁଷ୍ଠାନ ସଭାପତି ସୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀ କାନ୍ତ ବେହେରା, ସମେତ ସନ୍ତୋଷ ପାତ୍ର, ବାପି ସା, କୈଳାଶ ଧରୁଆ, ଚନ୍ଦ୍ରକାନ୍ତ ମାଝୀ, ମକୁନ୍ଦ କୁମାର, ରିଚେସ ପାତ୍ର, ଆଶିଷ ମାଝୀ, ଶ୍ରୀମନ୍ତ ଧରୁଆ, ତିଲୁ ମହାନନ୍ଦ, ଉତେଶ ଧରୁଆ ଓ କୁଞ୍ଜ ବିହାରୀ ପ୍ରଧାନୀ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.