oom

୧୯ତମ ଗୋବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ତିନି ଦିନ ଧରି ଚାଲିଥିବା ୧୯ତମ ଗୋବିନ୍ଦ ମେମୋରିଆଲ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ବବଜା ଏବଂ ସଦାଇପାଲି ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା । ସଦାଇପାଲି ଦଳ ପ୍ରଥମେ ବ୍ୟାଟିଂ କରି ୭ ଓଭର ବିନିମୟରେ ୫୪ ରନ ସଂଗ୍ରହ କରିଥିଲା । ଫଳରେ ବବଜା ଦଳ ୫୪ ରନ୍‌ର ପିଛା କରି ୬ ଓଭରରେ ମ୍ୟାଚଟିକୁ ଜିତି ନେଇଥିଲା । ଆଜିର ମ୍ୟାଚକୁ ଖିରୋଦ୍ର ଏବଂ ପିଣ୍ଟୁ ପରିଚାଳନା କରିଥିଲେ । ବବଜା ତରଫରୁ ସର୍ବାଧିକ ରନ୍ କରି ମ୍ୟାଚକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିବା ବ୍ୟାଟସ ମ୍ୟାନ ସୌକିଲାଲଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଥିଲା ଏବଂ ଟୁଣ୍ଣାମେଣ୍ଟରେ ପ୍ରତି ମ୍ୟାଚରେ ଲଢୁଆ ବ୍ୟାଟିଂ କରିଥିବା ବବଜା ଦଳର ସଂଜୀବକୁ ମ୍ୟାନ ଅଫ୍‌ ଦ ସିରିଜ୍ ଘୋଷଣା କରାଯାଇଥିଲା । ଏହି ମ୍ୟାଚରେ ବିଜୟୀ ଲାଭ କରିଥିବା ବବଜା ଦଳକୁ ୧୧୦୦୦ ଟଙ୍କା ପୁରସ୍କାର ଏବଂ ପରାଜୟ ଦଳ ସଦେଇପାଲିକୁ ୭୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହଜବାହାଲର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ବିଜେଡି ଯୁବ ନେତା ଶାନ୍ତାନୁ କୁମାର ସିଂ ଧରୁଆ ଏବଂ ପୂର୍ବତନ ୱାର୍ଡ ମେମ୍ବର ହରିଶ୍ଚନ୍ଦ୍ର ଧରୁଆ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ ମ୍ୟାଚକୁ ଜେବିଡି ସଭାପତି ଶୁକ୍ରୁ ପଧାନ, ତରୁଣ, ଚିକୁ, ମନୋଜ, ଜିତୁ, ଲାରା, ରତନ, କିରଟି, ସଂଜୀବ, ଗୋପାଲ, ହେମରାଜ, ମୋହନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.