ଜିଲ୍ଲା କ୍ରିକେଟ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆରମ୍ଭ

  • ଉତ୍କଳ ଶାନ୍ତି କ୍ଲବ, ଜୟନ୍ତୀ ଯୁବକ ସଂଘ, ଗୋଡଭଗା ସେଣ୍ଟ୍ରାଲ, କଟାପାଲି କ୍ରିକେଟ କ୍ଲବ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆଜି ବିକାଶ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରତିଯୋଗିତାର ଆଜି କ୍ୱାଲିଫାଇଙ୍ଗ ରାଉଣ୍ଡ ଆରମ୍ଭ ହୋଇଛି । କ୍ୱାଲିଫାଇଙ୍ଗ ରାଉଣ୍ଡରେ ଆଠଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହା କୋଡ଼ିଏ ଓଭର ବିଶିଷ୍ଟ ଅଟେ, ସେହିଭଳି ମୁଖ୍ୟ ରାଉଣ୍ଡରେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୧୦ଟି କ୍ଲବ ଅଂଶ ଗ୍ରହଣ କରିବେ । ଗତ ବର୍ଷର ପ୍ରଥମ ୬ଟି ଦଳ ପ୍ରଥମରୁ ମୁଖ୍ୟ ରାଉଣ୍ଡ ପାଇଁ ଉନ୍ନୀତ ହୋଇସାରିଥିବା ବେଳେ ଏହି କ୍ୱାଲିଫାଇଙ୍ଗ ରାଉଣ୍ଡରୁ ଅନ୍ୟ ୪ଟି ଦଳ ମୁଖ୍ୟ ରାଉଣ୍ଡରେ ସାମିଲ ହେବେ । ଆଜି ବିକାଶ ଗ୍ରାଉଣ୍ଡର ପ୍ରଥମ ମ୍ୟାଚରେ ଉତ୍କଳ ଶାନ୍ତି କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରି ଉମେଶ ଦୀପଙ୍କ ୬୩ ରନ ଫଳରେ ୨୦ ଓଭରରେ ୧୪୧/୪ ରନ କରିଥିଲା । ପ୍ରତିପକ୍ଷ ରବିଦାସ କ୍ଲବ ପକ୍ଷରୁ ଜୟକିସନ୍ ଯାଦବ ୨ ୱିକେଟ ନେଇଥିଲେ ।ଜବାବରେ ରବି ଦାସ କ୍ଲବ ୧୩.୨ ଓଭରରେ ମାତ୍ର ୬୧ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ଅଂଶୁମାନ ୧୮ ରନ କରିଥିଲେ । ଉତ୍କଳ ଶାନ୍ତି ପକ୍ଷରୁ ପୀୟୂଷ ପୁରୋହିତ, ଯଶୋବନ୍ତ ଓ ପିଙ୍କେଶ ୩ ୱିକେଟ ଲେଖାଏଁ ନେଇଥିଲେ । ଫଳରେ ଉତ୍କଳ ଶାନ୍ତି କ୍ଲବ ମ୍ୟାଚ୍‌କୁ ୮୦ ରନରେ ଜିତି ଯାଇଥିଲେ । ଆମ୍ପାୟର ଥିଲେ ଅମିୟ ଭୂଷଣ ସାହୁ ଓ ସୁରେଶ ଦାଶ, ସ୍କୋରର ଥିଲେ ରଜତ ଦାଶ ।

ଦ୍ଵିତୀୟ ମ୍ୟାଚଟି ଜୟନ୍ତୀ ଯୁବକ ସଂଘ ଓ ଜୟ ହନୁମାନ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜୟନ୍ତୀ ଯୁବକ ସଂଘ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୩୭/୩ ରନ କରିଥିଲେ । ଦଳ ପକ୍ଷରୁ ସ୍ବରାଜ ନାଗ ୫୦ ରନ, ଦେବେଶ ବଗାର ୪୬ ରନ କରିଥିଲେ । ଜବାବରେ ଜୟ ହନୁମାନ କ୍ଲବ ୨୦ ଓଭରରେ ୯୭/୯ ରନ କରି ମ୍ୟାଚ୍ କୁ ୪୦ରନରେ ହାରି ଯାଇଥିଲେ । ଦଳ ପକ୍ଷରୁ ବାଚସ୍ପତି ପ୍ରଧାନ ୨୫ ରନ କରିଥିଲେ । ଜୟନ୍ତୀ ଯୁବକ ସଂଘ ପକ୍ଷରୁ ସୌମ୍ୟ ରଞ୍ଜନ ଓ ଅଭିଷେକ ମାହାନା ୩ ୱିକେଟ, କୁଶ ସାହୁ ୨ୱିକେଟ, ଜିଆଉର୍ ରେହେମାନ ୧ ୱିକେଟ ନେଇଥିଲେ । ଅମ୍ପାୟର ଥିଲେ ପ୍ରଦୀପ ନନ୍ଦ ଓ ପ୍ରୟାସ ବଗାର । ସ୍କୋରର ଥିଲେ ରଜତ ଦାଶ ।

ସେହିପରି କଟାପାଲି ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କଟାପାଲି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୦୦/୬ ରନ କରିଥିଲା । ଦଳ ପକ୍ଷରୁ ଘନଶ୍ୟାମ ମେହେର ୫୪ ରନ, ଚକା ନାୟକ ୪୮ ରନ, ଦୀପକ ସାହୁ ୩୨ ରନ ଓ ସୃତିରାଜ୍ ମିଶ୍ର ୨୪ ରନ କରିଥଲେ । ପ୍ରତିପକ୍ଷ ପଂଚାୟତ କଲେଜ ପକ୍ଷରୁ ଅଭିଷେକ ୨ ୱିକେଟ, ରାକେଶ ଓ ଅଭୟ ୧ଟି ଲେଖାଏଁ ୱିକେଟ ନେଇଥିଲେ ।ଜବାବରେ ପଂଚାୟତ କଲେଜ ଦଳ ମାତ୍ର ୭୪ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ ଓ କଟାପାଲି ଦଳ ମ୍ୟାଚ୍‌କୁ ୧୨୬ ରନର ବଡ ବ୍ୟବଧାନରେ ଜିତି ନେଇଥିଲା । କଟାପାଲି ପକ୍ଷରୁ ସାଜନ ସାହୁ ୧୧/୫ ୱିକେଟ, ବିର୍ସା ବାଗ ୮/୨ ୱିକେଟ ନେଇଥିଲେ ।

ଦ୍ଵିତୀୟ ମ୍ୟାଚ୍ ନବଜ୍ୟୋତି କ୍ରିକେଟ କ୍ଲବ ବରଗଡ ଓ ଗୋଡଭଗା ସେଣ୍ଟ୍ରାଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୋଡଭଗା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରି ଅଲ ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ରୋନିତ ମହାନନ୍ଦ ୩୨ ରନ, ସୌରଭ ନାୟକ ୨୦ ରନ, ଝସ୍ କେତନ ସାହୁ ୧୬ ରନ କରିଥିଲେ । ନବଜ୍ୟୋତି ପକ୍ଷରୁ ଦେବେଶ ଛତର ୩ ୱିକେଟ, ପ୍ରତ୍ୟୁଷ ଶତପଥୀ, ସୌମ୍ୟ ଓ ସଂକେତ ୨ ୱିକେଟ ଲେଖାଏଁ ନେଇଥିଲେ । ଜବାବରେ ନବଜ୍ୟୋତି ଦଳ ୨୦ ଓଭରରେ ୧୨୫/୮ ରନ କରି ମ୍ୟାଚକୁ ୩୯ ରନରେ ହାରି ଯାଇଥିଲା । ଦଳ ପକ୍ଷରୁ ହୃଷୀକେଶ ସର୍ବାଧିକ ୫୨ ରନ କରିଥିଲେ । ଗୋଡ଼ଭଗା ପକ୍ଷରୁ ଝସକେତନ ୩ ୱିକେଟ, ପରଦେଶୀ ନିଶାଦ ୨ ୱିକେଟ ନେଇଥିଲେ । ଉଭୟ ମ୍ୟାଚ୍‌ର ଆମ୍ପାୟାର ଥିଲେ ଅକ୍ଷୟ ସାହାଣୀ ଓ ଶୁଭମ୍ ପାତ୍ର । ସ୍କୋରର ଥିଲେ ମନୋଜ ପାତ୍ର ।

ଆଜିର କଟାପାଲି ଗ୍ରାଉଣ୍ଡର ମ୍ୟାଚ୍‌କୁ ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ହରିହର ପ୍ରଧାନ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଦସ୍ୟ ନବୀନ ଲାଠ, ପ୍ରଦୀପ କୁମାର ସାହୁ, ଆୟୋଜକ କଟାପାଲି ପକ୍ଷରୁ କ୍ଲବ ସଭାପତି ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ । ବିକାଶ ଗ୍ରାଉଣ୍ଡରେ ମ୍ୟାଚକୁ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ରବି ପଣ୍ଡା ଉଦ୍‌ଘାଟନ କରିଥିଲେ । ଏଥିରେ ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ଅମିୟ ଭୂଷଣ ସାହୁ, ରଜତ ଦାଶ, ବିକାଶ କ୍ରିକେଟ କୋଚ ଆଶୋକ ସିଂ, ଗ୍ରାଉଣ୍ଡ ଇନ୍ଚାର୍ଜ ପିନ୍ଟୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.