
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିତା ଠାରେ ବ୍ଲକ ସ୍ତରୀୟ ଇଲେଭେନ ଷ୍ଟାର କ୍ରିକେଟ କପ୍ ଉଦ୍ଘାଟିତ ହୋଇଯାଇଛି । ଖଲିଆପାଲି ପୂର୍ବତନ ସରପଞ୍ଚ କେତନ ମେହେର ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ନାରୀ ନେତ୍ରୀ ପଙ୍କଜିନି ପ୍ରଧାନ, ଦହିତା ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ସରସ୍ୱତୀ କାଲୋ, ଦହିତା ପୂର୍ବତନ ସରପଞ୍ଚ ସତ୍ୟ କମାଟି ଯୋଗଦେଇ ଟୁର୍ଣ୍ଣାମେଣ୍ଟଙ୍କୁ ଉଦ୍ଘାଟନ କରିଥିଲେ । ଉଦଘାଟନି ମ୍ୟାଚ୍ରେ ସ୍ପୋର୍ଟ ଜଂକ୍ସନ ଦହିତା ଶାନ୍ତିପୁର ଦଳକୁ ହରାଇ ଥିବାବେଳ ଦ୍ୱିତୀୟ ମ୍ୟାଚ୍ ଭଗତପୁର ଦଳ ସର୍ଗିପାଲି ଦଳକୁ ହରାଇ କୁଆଟର ଫାଇନାଲରେ ପ୍ରବେଶ କରିଥିଲା । କ୍ୱାଟର ଫାଇନାଲ ମ୍ୟାଚ୍ ଭଗତପୁର ଦଳ ଓ ସ୍ପୋର୍ଟ ଜଂକ୍ସନ ମଧ୍ୟରେ ହୋଇଥିଲା । ଏଥିରେ ଭଗତପୁର ଦଳ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି । ଯୁବ ସାମ୍ବାଦିକ ଡିଲେଶ୍ୱର ବାଗ ଅତିଥି ରୂପେ ଯୋଗ ଦେଇ ଭଗତପୁର ଦଳର ମହେନ୍ଦ୍ରଙ୍କୁ ମ୍ୟାନ୍ ଅପ୍ ଦ ମ୍ୟାଚ୍ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ସୁଶାନ୍ତ ବିକାଶ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସତ୍ୟ, ଅଭିନାଶ, ତନ୍ମୟ, ଏବଂ ସୁମନ୍ତ ଖେଳ ପରିଚାଳନା କରିଥିଲେ । ସୁମନ୍ତ, ତନୁ, କାଳିଆ, ସୁଶୀଲ, ସୋନୁ, ସାନ ପ୍ରମୁଖ ସହଯୋଗ କରିଥିଲେ ।