- ଏନ୍ଏନ୍ଏସ୍ ଆହ୍ଲାବାଦ ଫାଇନାଲକୁ ପ୍ରବେଶ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳ ପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଏନ୍ଏନ୍ଏସ୍ ଆଲ୍ଲାବାଦ ଓ ଆର୍ ୱାଇ ସିସି ରାଉରକେଲା ମଧ୍ୟରେ ଚିତ୍ତାକର୍ଷକ ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ ଏନ୍ଏନ୍ଏସ୍ ଆଲ୍ଲାବାଦ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୫ ଓଭରରେ ୯ ଉଇକେଟ ବିନିମୟରେ ୧୮୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ରାଉରକେଲା ଦଳ ୩୪.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୬୬ ରନ କରିପାରିଥିଲା । ଫଳରେ ୧୯ ରନରେ ଏନ୍ଏନ୍ଏସ୍ ଆହ୍ଲାବାଦ ଦଳ ବିଜୟୀ ହୋଇ ପୋଲ ‘ଏ’ ରୁ ଫାଇନାଲ ମ୍ୟାଚ୍କୁ ପ୍ରବେଶ କରିଛି । ଆଜି ତୃତୀୟ ଦିନର ଉଦ୍ଯାପିତ ସନ୍ଧ୍ୟା ଅବସରରେ ବୋଡାସମ୍ବର ସ୍ପେଟିଙ୍ଗର ସଦସ୍ୟ ବିକାଶ କୁମାର, ସରଜୁ ପଟ୍ଟନାୟକ ଓ ଦୀପକ ଜୟପୁରୀଆଙ୍କ ଉପସ୍ଥିତିରେ ଆଜିର ମୁଖ୍ୟ ଅତିଥି ଟ୍ରକ୍ ମାଲିକ ସଂଘ ସମ୍ପାଦକ ହେମନ୍ତ ପଟ୍ଟନାୟକ ଯୋଗଦେଇ ମେନ୍ ଅଫ୍ ଦି ମେଚ୍ ଭାବରେ ଆହ୍ଲାବାଦ ଦଳର ଖେଳାଡି ମହମ୍ମଦ ତୁମରଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ଆଠଟି ଦଳ ଯୋଗଦାନ ଦେଉଛନ୍ତି । ଆସନ୍ତା ୧୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳଙ୍କୁ ୬୦ ହଜାର ନଗଦ ରାଶି ସହ ବୋଡାସମ୍ବର ଟ୍ରଫି, ଉପବିଜେତା ଦଳକୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ପାଇଁ ଘୋଷଣା ହୋଇଛି । ଆଜିର ତୃତୀୟ ଦିନର ମ୍ୟାଚକୁ ଅମ୍ପାୟାର ବିଶ୍ୱମ୍ବର ମହାକୁଡ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିଲେ । ଆସନ୍ତାକାଲି ଗୁରୁବାର ପୋଲ ବିର ପ୍ରଥମ ମ୍ୟାଚ ୟୁନିୟନ ସ୍ପେଟିଙ୍ଗ କଟକ ଓ ଭାଇଜାକ କ୍ରିକେଟ ଟିମ୍ ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହେବ ।