oom

ମାଁ ଭଗବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋର୍ଡ଼ିକୁ ହରାଇ ଅର୍ଶାତୁଲା ବିଜୟୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ ଥିବା କୁରସୁଡ଼ ଗ୍ରାମର ମାଁ ଭଗବତୀ ମିନି ଷ୍ଟାଡିୟମରେ ମାଁ ଭଗବତୀ କ୍ରିକେଟ କ୍ଲବ ଜିପି ଲେଭେଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ବୋର୍ଡ଼ି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୩୬ ରନ କରିଥିବା ବେଳେ ଅର୍ଶାତୁଲା ଦଳ ୧୨ ଓଭରରେ ୧ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ସଞ୍ଜୀବ ଜୈନ, ସମ୍ମାନୀୟ ଅତିଥିଭାବେ ସାମ୍ବାଦିକ ମନୋଜ ଜୈନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆଦିତ୍ୟ ଦାସଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ଯୁବରାଜ ସାହୁ ଓ ଭବସାଗର ସାହୁ ଖେଳ ପରିଚାଳନା କରିଥିବା ବେଳେ ସଞ୍ଜୀବ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ନରେଶ, ସୁଭ୍ରାନ୍ତ, ପ୍ରଭାସ, ନିହାର, ରିଙ୍କୁ, ଟୁନୁ, ପ୍ରସାନ୍ତ, ପିତାମ୍ବର, ବିଶ୍ୱନାଥ, ଦେବା, ରଜନୀ, ଦୁର୍ବା, ପ୍ରବୀଣ, ସଚିନ, ରାଜୁ, ତଥା ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.