ସୁମନ୍ତ ମେମୋରିଆଲ ଭେଟେରାନ କ୍ରିକେଟ ମ୍ୟାଚରେ ବିଜୟୀ ହେଲେ ନବକିଶୋର ଭେଟେରାନଦଳ

  • ଶିବୁ ବାଘ ମେନ ଅଫଦି ମେଚ

ବଲାଙ୍ଗିର, (କେପଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ପୂର୍ବତନ କ୍ରୀଡା ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ସ୍ମୃତିରେ ଏକଦିବସୀୟ ଭେଟେରାନ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଭେଟେରାନ ୧୧ ଓ ରୁଗୁଡିପଡା ନବକିଶୋର ଭେଟେରାନ ଦଳ ମଧ୍ୟରେ ୧୫ ଓଭରର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ହୋଇଥିଲା । ଟସ ଜିଣି ନବକିଶୋର ଦଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୧୫ ଓଭରରେ ଏହି ଦଳ ୬ଟି ୱିକେଟ ହରାଇ ୧୨୪ ରନ ସଂଗ୍ରହ କରିଥିଲା । ସେକେଣ୍ଡ ଇନିଙ୍ଗସରେ ବଲାଙ୍ଗିର ଭେଟେରାନ ଦଳ ବ୍ୟାଟିଂ କରି ୧୫ ଓଭରରେ ୭ଟି ୱିକେଟ ହରାଇ ମାତ୍ର ୬୮ରନ ସଂଗ୍ରହ କରିପାରିଥିଲେ । ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚରେ ନବକିଶୋର କ୍ରିକେଟ କ୍ଲବ ବିଜୟୀ ହୋଇଥିଲେ । ନବକିଶୋର ଭେଟେରାନ ଦଳର କ୍ୟାପଟେନ ଶିବୁ ବାଘ ସର୍ବାଧିକ ୬ଟି ଛକ୍କା ସହ ୫୨ ରନ ସଂଗହ କରି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ଆଜି ଦିନ ୧୧ଟା ସମୟରେ ନବକିଶୋର ଭେଟେରାନ ଦଳର କ୍ୟାପଟେନ ଶିବୁ ବାଘ ଓ ବଲାଙ୍ଗିର ଭେଟେରାନ ଦଳର କ୍ୟାପଟେନ କୃଷ୍ଣଚନ୍ଦ୍ର ଦାନୀଙ୍କ ମଧ୍ୟରେ ଟସ କରାଯାଇଥିଲା । ନବକିଶୋରଦଳ ଟସଜିଣି ବ୍ୟାଟିଂ କରିବାକୁ ନିଶ୍ପତ୍ତି ନେଇଥିଲେ । ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଶତୃଘ୍ନ ସିଂ, ଦେବେନ୍ଦ୍ର ମିଶ୍ର, ସ୍ୱର୍ଗତ ସୁମନ୍ତ ଭୋଇଙ୍କ ଧର୍ମପତ୍ନୀ ବୀଣାପାଣି ଭୋଇ, ପୁତ୍ର ସାର୍ଥକ ଭୋଇ ଓ ମଧୁଲିସା ପଟ୍ଟନାୟକ ଖେଳାଳିଙ୍କୁ ଟୋପିପିନ୍ଧାଇ ମ୍ୟାଚର ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଭେଟେରାନ ଦଳରେ କୃଷ୍ଣଚନ୍ଦ୍ର ଦାନୀଙ୍କ ନେତତ୍ୱରେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ, ବରିଷ୍ଠ ପୋଲିସ ଅଧିକାରୀ ଆନନ୍ଦବର୍ଦ୍ଧନ ଗୁରୁ, ବ୍ୟାଙ୍କ ଅଧିକାରୀ ବଳରାମ ମହାପାତ୍ର, ପୂର୍ବତନ ରଂଜି ଖେଳାଳି ସୂର୍ଯ୍ୟନାରାୟଣ ମିଶ୍ର, ମାନଭଞ୍ଜନ ଯୋଷୀ ପ୍ରମୁଖ ଖେଳିଥିଲେ । ଠିକ ସେହିପରି ନବକିଶୋର ଭେଟେରାନ ଦଳରେ ଶିବୁ ବାଘଙ୍କ ନେତୃତ୍ୱରେ ଡ.ଃବେଣୁଧର ପାଣ୍ଡେ, ଚେତନାନନ୍ଦ ପଣ୍ଡା, ନୟନ ମହାନ୍ତି, ଅମିତ ମହାନ୍ତି, ମନୋଜ ଚିନ୍ଦା, ହେମନ୍ତ ସାହାଣୀ, ଜିଭନ ବାଙ୍କ, ସୁନିଳ ବେହେରା, ନାଭ ବେହେରା, ମଦନ ହୋତା, ସଙ୍କେତ ବଗର୍ତ୍ତି, ରଂଜନ ଠାକୁର, ଗୋଲକ ସିଂଦେଓ ଖେଲୁଥିଲେ । ଖେଳରେ ପ୍ରଦୀପ ମହାନ୍ତି ଓ ପୃଥ୍ୱୀରାଜ ମିଶ୍ର ଅମ୍ପାୟାରିଂ କରିଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଲ୍ପୀ ବ୍ୟାସଦେବ ପୁରୋହିତ, ଶିବାନନ୍ଦ ତ୍ରୀପାଠୀଙ୍କ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କମିଟିର ହରିନାରାୟଣ ପୂଜାହାରୀ, ମନୋରଂଜନ ଯୋଷୀ, ଶଶିଶେଖର ପଣ୍ଡା, ସୁଧିର ନନ୍ଦ, ଟୁକୁ ପଟ୍ଟନାୟକ, ଦୀପକ ନନ୍ଦ, ଲିଟୁ ପଟ୍ଟନାୟକ, ମୁନା ଶତପଥି, ରଜନୀକାନ୍ତ ସେଠ୍‌, ଭାଗୀରଥୀ ମହାକୁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.