tur
shyamlal

ଜାନୁୟାରୀ ୩ୟ ସପ୍ତାହରେ ଆନ୍ତଃସ୍କୁଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଣ

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ଚଳିତ ଜାନୁୟାରୀ ମାସ ତୃତୀୟ ସପ୍ତାହରୁ ଆନ୍ତଃସ୍କୁଲ କ୍ରିକେଟ୍‌ ଟୁର୍ଣ୍ଣାମେଶଣ୍ଣ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହେବ । ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଣରେ ଗୋଟିଏ ସ୍କୁଲର ସପ୍ତମ ଶ୍ରେଣୀର ୩ ଜଣ, ଅଷ୍ଟମ ଶ୍ରେଣୀର ୩ ଜଣ, ନବମଶ୍ରେଣୀର ୪ ଜଣ ଓ ଦଶମଶ୍ରେଣୀର ୫ଜଣ ସମୁଦାୟ ୧୫ ଜଣ ଖେଳାଳୀଙ୍କୁ ନେଇ ଗୋଟିଏ ଟିମ୍‌ ହେବ । ସେହି ଅନୁସାରେ ଗୋଟିଏ ସ୍କୁଲର ପ୍ରତ୍ୟେକ ଖେଳାଳୀ ରେଜିଷ୍ଟ୍ରେସନ କରିବା ଜରୁରୀ ବୋଲି ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ସୂଚନା ଦିଆଯାଇଛି । ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଆଗ୍ରହୀ ସ୍କୁଲ ତଥା ସ୍କୁଲରେ ପଢ଼ୁଥିବା ଖେଳାଳୀମାନେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍‌ରେ ତା.୧୦.୦୧.୨୦୨୫ ରିଖ ସୁଦ୍ଧା ନିଜ ନିଜର ରେଜିଷ୍ଟ୍ରେସନ କରିବା ପାଇଁ ଜିଲ୍ଲା କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ଖେଳାଳୀମାନେ ନିଜର ଡ଼ିଜିଟାଲ ଜନ୍ମ ପ୍ରମାଣ ପତ୍ର, ଅଧାରକାଡର଼୍ ଓ ସ୍କୁଲର ପରିଚୟ ପତ୍ର, ସହ ଉପସ୍ଥିତ ରହି ରେଜିଷ୍ଟ୍ରେସନ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.