୨୮ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ : ରାଉଲକେଲାକୁ ହରାଇ ଏମ୍‌ଏମ୍‌ସିସି ସମ୍ବଲପୁର ଫାଇନାଲରେ ପ୍ରବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଆଜି ସେମିଫାଇନାଲ ମ୍ୟାଚ ଆର୍‌ୱାଇସିସି ରାଉଲକେଲା ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ଆରମ୍ଭରେ ପ୍ରଥମେ ସମ୍ବଲପୁର ଦଳ ଟସ୍ ଜିଣି ବେଟିଙ୍ଗ କରିଥିଲେ ସମ୍ବଲପୁର ଦଳ ନିର୍ଦ୍ଧାରିତ ୩୫ ଓଭରରେ ୯ ଉଇକେଟ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅମନ ଖେତ୍ରି ୧୦ଟି ଛକା ସହ ୫୦ ବଲରୁ ୭୯ ରନ କରିଥିବା ବେଳେ ୱାଲ୍ଟର୍ ଟପୋ ୭୬(୭୩)ରନ କରିଥିଲେ । ରାଉଲକେଲା ଦଳରୁ ସୌମ୍ୟ ଲେଙ୍କା ୩ ଟି ୱିକେଟ ନେଇଥିଲେ । ପ୍ରତିପକ୍ଷ ୨୩୬ ରନର ଲକ୍ଷ୍ୟ ନେଇ ରାଉରକେଲା ଦଳ ୩୩ ଓଭର୍‌ରେ ସମସ୍ତ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରି ପାରିଥିଲେ । ୭୭ ରନରେ ବିଜୟୀ ହୋଇ ସମ୍ବଲପୁର ଦଳ ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ରାଉଲକେଲା ଦଳର ଜ୍ଞାନ ରଞ୍ଜନ ନାୟକ ୬୫ ରନ କରିଥିବା ବେଳେ ସମ୍ବଲପୁର ଦଳ ପକ୍ଷରୁ ରଜତ ଶର୍ମା ୩ଗୋଟି ଉଇକେଟ ନେଇଥିଲେ । ଏହି ପୁରସ୍କାର ବିତରଣୀ ଅବସରରେ ମୁଖ୍ୟ ଅତିଥି ଭାବରେ ଟ୍ରକ ମାଲିକ ସଂଘ ସମ୍ପାଦକ ହେମନ୍ତ ପଟ୍ଟନାୟକ ଯୋଗଦାନ ଦେଇ ଅମନ୍ ଖେତ୍ରୀଙ୍କୁ ମେନ ଅଫ ମ୍ୟାଚ୍ ଭାବରେ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚକୁ ଆମ୍ପାୟାର୍ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ୍‌ ଜୟକିଷନ, କୁମାର ଆନନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ଗ୍ରୁପ ବିର ପ୍ରଥମ ମ୍ୟାଚ୍ ଶ୍ରୀଲତା କ୍ରିକେଟ ଏକାଡେମୀ ୱେଷ୍ଟ ବେଙ୍ଗଲ ଓ ଗୁଲ୍‌ବର୍ଗ ସିଟି ୧୧ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.