ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ସ୍କୁଲ ସ୍ପୋର୍ଟସ ଏସୋସିଏସନ୍‌ ଓ ପଦ୍ମପୁର ବ୍ଲକ୍ ସ୍ପୋର୍ଟସ୍‌ ଏସୋସିଏସନ୍‌ର ମିଳିତ ଉଦ୍ୟମରେ ଚାଲିଥିବା ଜିଲ୍ଲାସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ରାଜ ବୋଡସମ୍ବର୍ ହାଇସ୍କୁଲ ଖେଳପଡ଼ିଆରେ ପ୍ରଥମ ମ୍ୟାଚ୍ ବରଗଡ଼ ଓ ପଦ୍ମପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ବରଗଡ଼ ଦଳ ନିର୍ଦ୍ଧାରିତ ୧୫ ଓଭର୍‌ରେ ୧୦୫/୯ ସ୍କୋର କରିଥିଲେ । ପଦମପୁର ଦଳ ୧୨ ଓଭରରେ ୭୫/୧୦ ସ୍କୋର କରି ୩୦ ରନରେ ପରାସ୍ତ ହୋଇଥିଲା । ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଭଟଲି ଓ ଗାଇସିଲେଟ ବ୍ଲକ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭଟଲି ଦଳ ୧୫ ଓଭର୍‌ରେ ୧୪୭/୯ ସ୍କୋର କରିଥିଲେ, ଜବାବ୍‌ରେ ଗାଇସିଲେଟଦଳ ୩ ଟି ବଲ୍ ବାକିଥାଇ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା । ବରିକେଲ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ତୃତୀୟ ମ୍ୟାଚ ବିଜେପୁର ଓ ଭେଡେନ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଜେପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧୫୪/୬ସ୍କୋର କରିଥିଲା, ଜବାବ୍‌ରେ ଭେଡେନ ବ୍ଲକ ୧୫ ଓଭରରେ ୧୩୩/୧୦ କରି ୨୧ ରନରେ ହାରି ଯାଇଥିଲା । ଦ୍ଵିତୀୟାର୍ଦ୍ଧରେ ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡିଆରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବରଗଡ଼ ଓ ବିଜେପୁର ବ୍ଲକ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଜେପୁର ଦଳ ପ୍ରଥମେ ବ୍ୟାଟିଂ କରି ୫୨/୧୦ କରିଥିଲା, ବରଗଡ଼ ଗୋଟିଏ ୱିକେଟ୍ ବିନିମୟରେ ୫୫ ରନ କରି ବିଜୟୀ ହୋଇଥିଲା । ବରିକେଲ୍ ହାଇସ୍କୁଲ ଖେଳ ପଡିଆରେ ଅତାବିରା ଓ ଗାଇସିଲେଟ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚ୍‌ରେ ଅତାବିରା ୧୪୫/୫ ଗାଇସିଲେଟ ୯୫/୧୦, ଅତାବିରା ଦଳ ୫୦ ରନରେ ବିଜୟୀ ହୋଇଥିଲା । ଆଜି ସମ୍ମାନୀତ ଅତିଥି ଭାବରେ ଭଟଲି ବିଇଓ ସରୋଜ ଭୁଏ, ଜର୍ଜ ହାଇସ୍କୁଲ ହେଡ ମାଷ୍ଟର ଶାଶ୍ବତୀ ଦାସ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରଗଡ଼ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ସୁନା ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.