ବଳ ଓ ଚିତ୍ତ ସ୍ମାରକୀ ନାଇଟ କ୍ରିକେଟ୍ : ଅଜୁବା ଏକାଦଶ ଦଳ ଚାମ୍ପିୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଆମ୍ବବାହାଲଠାରେ ଅଜୁବା ଏକାଦଶ ଦ୍ଵାରା ଆୟୋଜିତ ୩ୟ ବଳ ଓ ଚିତ୍ତ ସ୍ମାରକୀ ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଶେଷ ରାତି ଫାଇନାଲ୍‌ ମ୍ୟାଚ୍‌ରେ ପଦ୍ମପୁର ଅଜୁବା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୧୦୨ ରନ୍‌ ସଂଗ୍ରହ କରିଥିଲେ । ପରେ ସମ୍ବଲପୁର ରାଜ ଏକାଦଶ ଦଳ ୮ ଓଭରରେ ୭ ୱିକେଟ ହରାଇ ୭୮ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲେ । ମ୍ୟାଚ୍‌ ପରେ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଏବଂ ରିକନ ମହାନ୍ତି ଓ ନବୁ ଅଗ୍ରୱାଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ନଗଦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ପଦ୍ମପୁର ଅଜୁବା ଦଳର ନାରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଓ ଆକାଶଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍‌ରେ ଦିଲୁ ତାଣ୍ଡି ଓ ବଡ଼ ରଣା ଅମ୍ପାୟାରିଂ ଏବଂ ସତ୍ୟ ଓ ସୁଶାନ୍ତ ସ୍କୋରିଂ ଦାୟିତ୍ୱ ତୁଳାଇଥିଲେ । ବିଜୟ ଦୀପ ଓ ଜୟ ପଟେଲ ଧାରା ବିବରଣୀ ପ୍ରଦାନ କରିଥିଲେ । ବିକାଶ, ଶିବ, ରୋଶନ, ସଚିନ, ମଣ୍ଟୁ, ସୁବଳ, ପ୍ରଶାନ୍ତ, ମୁକେଶ, ପଦ୍ମନାଭ ଓ ଅଜୁବା କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ରାଜା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.