om academy

ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଦ୍ଵିତୀୟ ଦିବସ : ସେମି ଫାଇନାଲରେ ପଦ୍ମପୁର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ୟସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ପ୍ରଥମ ମ୍ୟାଚ୍‌ ପଦ୍ମପୁର ଦଳ ସରାଇପାଲି ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ବରଗଡ ଦଳ କଳାହାଣ୍ଡି ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଲର ମ୍ୟାଚ୍‌ରେ ପଦ୍ମପୁର ଦଳ ବରଗଡ ଦଳକୁ ହରାଇ ସେମି ଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍‌ ଶେଷରେ ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଯୋଗଦେଇ ପଦ୍ମପୁର ଦଳର ସଚିନଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ମିଟୁ, ସୁନୀଲ, ବୁଦ୍ଧଦେବ ପ୍ରମୁଖ ଧାରା ବିବରଣୀ କରିଥିବା ବେଳେ ରାଜୀବ, ଅନ୍ତର୍ଯ୍ୟାମୀ, ଦିଲ୍ଲିପ, ମ୍ୟାଚ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ବିକାଶ, ସୁଜିତ୍, ଜଗନ୍ନାଥ ଦେବ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.