oom

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ କ୍ରୀଡାର ପ୍ରମୁଖ ଭୂମିକା ରହିଛି । କ୍ରୀଡା ହିଁ ମଣିଷକୁ କ୍ରିୟାଶୀଳ ଓ ପ୍ରତିଯୋଗକ୍ଷମ କରାଇଥାଏ । କ୍ରୀଡାର ଏହି ମହତ୍ତ୍ୱ ଓ ଗୁରୁତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରୟୋଗ କରିବା ପାଇଁ ଗତକାଲି ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଏକ ଆନ୍ତବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସହରର ବିଭିନ୍ନ ବିଦ୍ୟାଳୟ ଗୁଡିକର ପ୍ରତିଯୋଗୀ ବା ଖେଳାଳି ମାନେ ଯୋଗ ଦେଇଥିଲେ । ସେଞ୍ଚୁରିଅନ ବିଦ୍ୟାଳୟର ପରିସରରେ ପୂର୍ବାହ୍ନ ୮.୧୫ ରେ ବିଦ୍ୟାଳୟର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ କ୍ରୀଡା ଉତ୍ସବର ଉଦ୍‌ଘାଟନ କରିଥିଲେ । ସମାରୋହରେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ଫର୍ମାସୀ ବିଭାଗର ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଜେ.ଆଇ.ଟି.ଏମ. (ସି.ଏଚ.ଏସ୍‌.ଇ)ର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଥିଲେ । କାର୍ଯ୍ୟକ୍ରମଟି ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ସହରର ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ, ଆଇ.ଡି.ଏମ ଉଚ୍ଚ ବିଦ୍ୟାଳୟ, ବିଦ୍ୟାଭାରତୀ ଉଚ୍ଚ ବିଦ୍ୟାଳୟ, ପି.ପି.ଏକାଡେମୀ ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟର ବିଚାରପତି ଭାବରେ ସେଞ୍ଚୁରିଅନ ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅରିନ୍ଦମ ପରିଛା, ରାଜେଶ ରଞ୍ଜନ ମିଶ୍ର, ସ୍ୱର୍ଣ୍ଣଜିତ ତ୍ରିପାଠୀ, ସତ୍ୟବ୍ରତ ଷଡ଼ଙ୍ଗୀ, ରାକେଶ ମେହେର, ଚନ୍ଦ୍ରଶେଖର ସେଠ ଯୋଗ ଦେଇଥିଲେ । କ୍ରୀଡା ଉତ୍ସବରେ ସମସ୍ତ ପ୍ରତିଯୋଗୀମାନେ ଉତ୍ତମ ଖେଳର ପ୍ରଦର୍ଶନ କରିଥିଲେ । କ୍ରୀଡା ଉତ୍ସବରେ ସବୁବେଳେ ବିଦ୍ୟାଳୟର ପ୍ରଶିକ୍ଷିକା କ୍ରିଷ୍ଣାମୟୀ ଭଇଁସାଲ, ପୃଥ୍ୱୀରାଜ ବିଦ୍ୟାଳୟର ପ୍ରଶିକ୍ଷକ ସୌରଭ ପଧାନ, ବିଶ୍ଵଭାରତୀ ବିଦ୍ୟାଳୟର ପ୍ରଶିକ୍ଷକ ହିମାଂଶୁ ହନୁମାନ ଉପସ୍ଥିତ ରହି ଖେଳାଳି ମାନଙ୍କର ମାର୍ଗଦର୍ଶନ କରିଥିଲେ । ଖେଳ ଶେଷରେ ବେଷ୍ଟ ବ୍ୟାଟ୍ସମ୍ୟାନ ଭାବରେ ଉପେନ୍ଦ୍ର ପଦଳଙ୍କୁ (ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ) ବେଷ୍ଟ ବୋଲର ଭାବେ ଅଜିତ ମେହେର (ବିଦ୍ୟାଭରତୀ ବିଦ୍ୟାଳୟ)ଙ୍କୁ, ମ୍ୟାନ ଅଫ ଦ ମ୍ୟାଚ ଭାବରେ ଆୟୁଷ୍ ନାଗଙ୍କୁ (ସେଞ୍ଚୁ ରିଅନ ବିଦ୍ୟାଳୟ) ଓ ବିଜୟୀ ଦଳ ଭାବରେ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟକୁ ଘୋଷଣା କରାଯାଇଥିଲା । କ୍ରୀଡା ଉତ୍ସବରେ ପ୍ରତିଯୋଗୀ ମାନେ ଉତ୍ତମ ଖେଳ ପ୍ରଦର୍ଶନ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ । ଅନୁଷ୍ଠାନର ଏହି ପ୍ରୟାସକୁ ସହରରେ ସବୁ ମହଲରେ ସ୍ୱାଗତ କରାଯାଇଛି ।

jittmm
Leave A Reply

Your email address will not be published.