ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସିଂ ୱାରିୟରସ୍‌ ବିଜୟୀ

  • ବରଗଡ ରୟାଲ ଟାଇଗର ଓ ବରଗଡ ସ୍ପାରଟନ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ କ୍ରିକେଟ ପ୍ରତିଯୋଗିତାରେ ଆଜି ସିଂ ୱାରିୟର ଓ ଅତାବିରା ହୁଆଇଟ ହର୍ଷ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସିଂ ୱାରିୟର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ଅଧିନାୟକ ରାହୁଲ ଚୌଧୁରୀଙ୍କ ୭ ଚୌକା ଓ ୭ ଛକ୍କା ବଳରେ ମାତ୍ର ୪୫ ବଲ୍‌ରେ ୮୪ ରନ୍‌, ଶ୍ରୀକାନ୍ତ ପ୍ରଧାନ ୨୪ ରନ୍‌ ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ବିନିମୟରେ ୧୮୦ ରନ୍‌ କରିଥିଲେ । ପ୍ରତିପକ୍ଷ ଅତାବିରା ପକ୍ଷରୁ ମହମ୍ମଦ ଇଫ୍ଟିକାର୍ ୪୭/୨, ସୁଶାନ୍ତ ଗୁପ୍ତା ୨୪/୨, ତରଣୀ ସା ୨୮/୧ ୱିକେଟ୍ ନେଇଥିଲେ । ଜବାବରେ ଅତାବିରା ହୁଆଇଟ୍ ହର୍ଷ ଦଳର ସୀମିତ ରାଏଙ୍କ ୫୪ ରନ୍‌, ଅଧିନାୟକ ମହମ୍ମଦ ସଲିମ୍‌ଙ୍କ ୩୨ ରନ, ଫଳରେ ଦଳ ୨୦ ଓଭର୍‌ରେ ୯ ୱିକେଟ ହରାଇ ୧୬୧ ରନ କରିଥିଲା । ପ୍ରତିପକ୍ଷ ଦଳର ସୁଶାନ୍ତ ବିଶି ୨୦/୨, ଶୟଦ ଜାକି ୩୪/୨, ଶ୍ରୀକାନ୍ତ ପ୍ରଧାନ ୩୧/୨ ୱିକେଟ ନେଇଥିଲେ । ମ୍ୟାଚ୍‌କୁ ସିଂ ୱାରିୟାର ଦଳ ୨୩ ରନରେ ଜିତି ନେଇଥିଲା । ଏହି ମ୍ୟାଚ୍‌କୁ ସଚ୍ଚିଦାନନ୍ଦ ପଣ୍ଡା ଓ ପୃଥିବୀରାଜ ମିଶ୍ର ପରିଚାଳନା କରିଥିଲେ । ରଜତ ଦାଶ ସ୍କୋରର ଥିବା ବେଳେ ଭାସ୍ୟକାର ଥିଲେ ସନ୍ତୋଷ ନାୟାର ଓ ଶୁଭମ୍ ପାତ୍ର । ମ୍ୟାଚ୍ ପରେ ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସିଂ ୱାରିୟାରର ଅଧିନାୟକ ରାହୁଲ ଚୌଧୁରୀଙ୍କୁ ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଅତିଥି ଭାବରେ ୟୁନାଇଟେଡ ଡ୍ରିମ୍ ଇଲେଭେନ ଦଳର ଫ୍ରେଞ୍ଚାଇଜୀ ଅମିୟ ଶର୍ମା, ସଂସ୍କାର ଇଣ୍ଟରନେସନାଲ ସ୍କୁଲର ଚେୟାରମେନ୍‌ ସୁମନ ସାୱଡିଆ, କୋଟା କେରିୟର ପଏଣ୍ଟର ବରଗଡ ସେଣ୍ଟର୍ ମୁଖ୍ୟ ବିପିନ ଗୁପ୍ତା, ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଦ୍ଵିତୀୟ ମ୍ୟାଚ୍‌ଟି ବରଗଡ ରୟାଲ ଟାଇଗର ଓ ବରଗଡ ସ୍ପାର୍ଟାନ ମଧ୍ୟରେ ଅନୁଷ୍ଠିତ ହେଉଛି । ଏଥିରେ ରୟାଲ ଟାଇଗର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରୁଥିଲେ ।

Leave A Reply

Your email address will not be published.