କ୍ରେଡିଟ ଏସେସ୍‌ ଗ୍ରାମୀଣ ଲିମିଟେଡ୍‌ ପକ୍ଷରୁ ଆକ୍ୱାଗାର୍ଡ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରେଡିଟ ଏସେସ୍‌ ଗ୍ରାମୀଣ ଲିମିଟେଡ୍‌ ପକ୍ଷରୁ ଆଜି ବଲାଙ୍ଗିର କନ୍ଧପାଲି ସହରାଂଚଳ ମେଡିକାଲ, ପୋଲିସ ଷ୍ଟେସନ ଓ ଜିଲ୍ଲା ସାମ୍ବାଦିକ ସଂଘକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି । କ୍ରେଡିଟ ଏସେସ୍‌ ଗ୍ରାମୀଣ ଲିମିଟେଡ୍‌ ପକ୍ଷରୁ ଏରିଆ ମ୍ୟାନେଜର, ବ୍ରାଞ୍ଚ ମ୍ୟାନେଜର ନୃସିଂହ ସାହୁଙ୍କ ସହ କୃଷ୍ଣଚନ୍ଦ୍ର ସାହୁ, ଆକାଶ ହାତୀ, ରଂଜିତ ହାତୀ ଓ ଚମ୍ପେଶ୍ୱର ମିଶ୍ର ଆସି ସ୍ଥାନୀୟ ସାମ୍ବାଦିକ ଭବନରେ ଆକ୍ୱାଗାର୍ଡ ହସ୍ତାନ୍ତର କରିଛନ୍ତି । ଏହି ସମୟରେ ସାମ୍ବାଦିକ ଭବନର ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର ଓ ସାଂଗଠାନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.