ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକରେ ପାଚିକା ସହାୟିକଙ୍କ ଅପ୍ରେନ୍ ଯୋଗାଇ ପାଇକମାଲ ବ୍ଲକ ପରିସରରେ ଥିବା ସିଆରସିସି ମାଲେମାଲ ହେଉଛନ୍ତି । ପାଚିକା ସହାୟିକଙ୍କ ତାଲିମ ସମୟରେ ଅପ୍ରେନ୍ ପିନ୍ଧି ଆସିବାକୁ ଗୋଷ୍ଠୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହାର ସୁଯୋଗରେ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଅପ୍ରେନ୍ ନେବା ପାଇଁ ଫୋନ ଯୋଗେ ଯୋଗାଯୋଗ କରି ଗୋଟିଏକୁ ୧୫୦ ଟଙ୍କାରେ ଦେଇ ଥିଲେ । ଯେହେତୁ ଚିଠି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଛି କାଳେ ତାଙ୍କର ଏଥିନେଇ ପରାମର୍ଶ ଥିବ ଭାବି ଶିକ୍ଷକମାନେ ସହଜରେ ଗ୍ରହଣ କରି ନେଲେ । ଜଣେ ସିଆରସିସି ଏଭଲି ବିକ୍ରି କରିବା କେତେ ଦୂର ଯୁକ୍ତିଯୁକ୍ତ । ଶିକ୍ଷକମାନଙ୍କୁ କିଣିବା ପାଇଁ ସ୍ୱାଧୀନତା ଦେବା ଆବଶ୍ୟକ । ଏହି ଅପ୍ରେନ କିଣା ବିକାରେ ଦୁର୍ନିତି ନଥିବ କିଏ କହିପାରିବ । ପ୍ରଶାସନ ଏ ଭଲି କାମକୁ ଗୁରୁତର ଭାବେ ବିଚାର କରିବାର ଆବଶ୍ୟକତା ଅଛି ।