ଖପ୍ରାଖୋଲ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ସିଆରସିସିଙ୍କ ତରଫରୁ ସ୍ୱାଗତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ଖପ୍ରାଖୋଲ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ବ୍ଲକ ଅନ୍ତର୍ଗତ ସିଆରସିସି ମାନଙ୍କ ଦ୍ୱାରା ଏବିଇଓ ବୀରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । କୋଭିଡର ନିୟମାବଳୀ ଅବଲମ୍ବନ ସହ ଅନୁଷ୍ଠିତ ସମାରୋହର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୁହାସିଂହା ସିଆରସିସି ମିତ୍ରଭାନୁ ପଧାନ ସମସ୍ତଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ଏହାପରେ ବାଞ୍ଜିପାଲି ବିଦ୍ୟାଳୟର ଶିକ୍ଷୟିତ୍ରୀ କବୟିତ୍ରୀ ସାବିତ୍ରୀ ସାହୁ ଏକ ସୃତି ମଧୁର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସିଆରସିସି ସଂଗଠନର ବୟୋକନିଷ୍ଠ ଫୁଲକି ମୁଣ୍ଡା ସିଆରସିସି ଶଙ୍ଖାଧର ମାଝୀ ଓ ଦମେଇପାଲି ସିଆରସିସି ସୁବାଷ ନାଗ ଯଥାକ୍ରମର ସଂଗଠନ ତରଫରୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ବିଇଓ ଶ୍ରୀ ପୁରୋହିତଙ୍କୁ ସମ୍ବର୍ଦ୍ଧନା କରିଥିଲେ କ୍ଷ ଖପ୍ରାଖୋଲ ବ୍ଲକ ସିଆରସିସି ସଂଗଠନର ସଭାପତି ବନମାଳୀ ସାହୁ ସଂଗଠନ ତରଫରୁ ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ସାହୁ ସିଆରସିସି ମାନଙ୍କ କାର୍ଯ୍ୟ ଓ ଭୂମିକା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ଯେ, ବର୍ତମାନର ସରକାରଙ୍କ ଶୈକ୍ଷିକ କାର୍ଯ୍ୟ ତୁଳନାରେ ଅଣଶୈକ୍ଷିକ କାର୍ଯ୍ୟ ମୁଖ୍ୟ ହୋଇଗଲାଣି । ସିଆରସିସିଙ୍କ ସଂଯୋଜନା କାର୍ଯ୍ୟରେ ଅଧିକାରୀ ଗଣ ସହଯୋଗ ଓ ଆବଶ୍ୟକୀୟ ପରାମର୍ଶ ରଖିବାକୁ ଅନୁରୋଧ କରିଥିଲେ । ସମାରୋହରେ ଏବିଇଓ ବୀରେନ୍ଦ୍ର କୁମାର ସାହୁ ଓ ମୀନକେତନ ବରିହା ବିଇଓ ଆଜ୍ଞାଙ୍କ ସମ୍ପର୍କରେ ଓ ବିଇଓ ଏବଂ ସିଆରସିସିର ସହ ସମ୍ପର୍କ ସମ୍ବନ୍ଧରେ ମତ ରଖିଥିଲେ । ଶ୍ରୀ ବିଇଓ ମହୋଦୟ ସ୍ୱାଗତ ସମାରୋହରେ ସମ୍ବର୍ଦ୍ଧନା କାର୍ଯ୍ୟ ସକାଶେ ଖୁସି ଅଭିବ୍ୟକ୍ତି ସହ ସମସ୍ତ ସରକାରୀ କାର୍ଯ୍ୟକୁ ସରସ ଓ ସୁସଂଗଠିତ ଭାବରେ ସଠିକ ସମୟରେ ସମ୍ପାଦନ କରି ବ୍ଲକକୁ ଜିଲ୍ଲା ସ୍ତରରେ ଆଗ ଧାଡିରେ ରଖିବାକୁ ଆହ୍ୱାନ ଦେଇଥିଲେ । ଏହା ସହ ସିଆରସିସି ମଧ୍ୟ କ୍ଲଷ୍ଟର ସ୍ତରୀୟ ଅଧିକାରୀ ଓ ଜଣେ ଶିକ୍ଷା ବିଭାଗର ଆଗ ଧାଡିର ସେନାପତି ବୋଲି କହିଥିଲେ । ଶେଷରେ ଲାଠୋର ସିଆରସିସି କୁଞ୍ଜବିହାରୀ ସରାଫ ନିଜ ମତ ରଖିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.