କୋଭିଡ ଆକ୍ରାନ୍ତ ହୋଇ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପୈଦାପାଟଣା ପଞ୍ଚାୟତ ନୁସୁରିପସି ଗ୍ରାମର ଯୁବ ବ୍ୟବସାୟୀ ଦିଲ୍ଲୀପ ପଣ୍ଡାଙ୍କ ପତ୍ନୀ ସାଗରିକା ପଣ୍ଡା କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଦେହ ଅସୁସ୍ତ ରହିଥିଲା ଓ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ କେନ୍ଦୁଝର ରାଙ୍କିସ୍ତ କୋଭିଡ ହସ୍ପିଟାଲରେ ଚିକିସ୍ଛା ପାଇଁ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିବା ବେଳେ ତାଙ୍କର ଏକ ମାତ୍ର କନ୍ୟା ସନ୍ତାନ ରହିଛି । ସେ ସୁଆମ ପାଟଣାର ବିଶିଷ୍ଟ କବି ଜଗଦାନନ୍ଦ ମିଶ୍ରଙ୍କ ଝିଅ । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.