ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୫୫୪ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୪୭୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୧୯, ବାଲେଶ୍ୱରରୁ ୩୬୧, ବରଗଡ଼ରୁ ୩୨୩, ଭଦ୍ରକରୁ ୧୪୨, ବଲାଙ୍ଗିରରୁ ୧୯୫, ବୌଦ୍ଧରୁ ୩୮୫, କଟକରୁ ୯୨୨, ଦେବଗଡ଼ରୁ ୧୦୦, ଢେ଼ଙ୍କାନାଳରୁ ୭୬୩, ଗଜପତିରୁ ୪୩, ଗଂଜାମରୁ ୨୫୪, ଜଗତସିଂହପୁରରୁ ୨୯୧, ଯାଜପୁରରୁ ୫୪୧, ଝାରସୁଗୁଡ଼ାରୁ ୧୯୧, କଳାହାଣ୍ଡିରୁ ୨୪୪, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୩୨୩, କେଉଁଝରରୁ ୧୭୬, ଖୋର୍ଦ୍ଧାରୁ ୧୨୯୮, କୋରାପୁଟରୁ ୨୪୨, ମାଲକାନଗିରିରୁ ୧୦୩, ମୟୁରଭଂଜରୁ ୬୦୪, ନବରଂଗପୁରରୁ ୩୬୨, ନୟାଗଡ଼ରୁ ୨୨୫, ନୂଆପଡ଼ାରୁ ୬୪, ପୁରୀରୁ ୪୫୬, ରାୟଗଡ଼ାରୁ ୧୫୬, ସମ୍ବଲପୁରରୁ ୩୧୯, ସୋନପୁରରୁ ୨୩୧, ସୁନ୍ଦରଗଡ଼ରୁ ୫୧୨ ଓ ଷ୍ଟେଟ ପୁଲ୍ରୁ ୨୧୭ ଚିହ୍ନଟ ହୋଇଛନ୍ତି ।