ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୮୮୯, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨୫୭, ଶୀର୍ଷରେ ଖୋର୍ଦ୍ଧା, ବଲାଙ୍ଗିରୁ ୩୨୬
ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୭୨୫୭ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୧୧ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୪୨୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୪୮୩, ଭଦ୍ରକରୁ ୫୨, ବଲାଙ୍ଗିରରୁ ୩୨୬, ବୌଦ୍ଧରୁ ୧୨୯, କଟକରୁ ୭୯୦, ଦେବଗଡ଼ରୁ ୭୫, ଢେ଼ଙ୍କାନାଳରୁ ୯୦, ଗଜପତିରୁ ୧୧୭, ଗଂଜାମରୁ ୩୧୦, ଜଗତସିଂହପୁରରୁ ୧୫୬, ଯାଜପୁରରୁ ୨୮୨, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୪୧୪, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୩୩, କେଉଁଝରରୁ ୧୯୫, ଖୋର୍ଦ୍ଧାରୁ ୧୩୩୧, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ମୟୁରଭଂଜରୁ ୨୪୩, ନବରଂଗପୁରରୁ ୪୧୪, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୩୫, ପୁରୀରୁ ୪୩୬, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୪୭୦, ସୋନପୁରରୁ ୧୫୮, ସୁନ୍ଦରଗଡ଼ରୁ ୧୧୩୭ ଓ ଷ୍ଟେଟ ପୁଲ୍ରୁ ୨୪୯ ଚିହ୍ନଟ ହୋଇଛନ୍ତି ।