om academy

ରାଜ୍ୟରେ ପୁଣି ଦିନକରେ ପାଖାପାଖି ୧୧ ହଜାର ସଂକ୍ରମଣ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରେ ୧୫୩୯, ସୁନ୍ଦରଗଡ଼ ଜିଲ୍ଲାରେ ୯୬୪ ଓ ବଲାଙ୍ଗିର ଜିଲ୍ଲାରେ ୪୨୬

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ଦିନକରେ ପାଖାପାଖି ୧୧ ହଜାରକୁ ପହଂଚିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୮,୨୩୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୩୯, ବାଲେଶ୍ୱରରୁ ୩୦୩, ବରଗଡ଼ରୁ ୪୩୧, ଭଦ୍ରକରୁ ୨୩୧, ବଲାଙ୍ଗିରରୁ ୪୨୬, ବୌଦ୍ଧରୁ ୧୮୦, କଟକରୁ ୮୮୫, ଦେବଗଡ଼ରୁ ୧୨୭, ଢେ଼ଙ୍କାନାଳରୁ ୧୮୯, ଗଜପତିରୁ ୧୧୧, ଗଂଜାମରୁ ୧୭୭, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୩୪୯, ଝାରସୁଗୁଡ଼ାରୁ ୩୮୦, କଳାହାଣ୍ଡିରୁ ୩୭୦, କନ୍ଧମାଳରୁ ୧୩୪, କେନ୍ଦ୍ରାପଡ଼ାରୁ ୧୪୧, କେଉଁଝରରୁ ୨୫୩, ଖୋର୍ଦ୍ଧାରୁ ୧୫୩୯, କୋରାପୁଟରୁ ୧୯୫, ମାଲକାନଗିରିରୁ ୭୧, ମୟୁରଭଂଜରୁ ୨୩୯, ନବରଂଗପୁରରୁ ୩୩୫, ନୟାଗଡ଼ରୁ ୧୯୨, ନୂଆପଡ଼ାରୁ ୩୭୮, ପୁରୀରୁ ୩୯୮, ରାୟଗଡ଼ାରୁ ୨୧୨, ସମ୍ବଲପୁରରୁ ୪୫୪, ସୋନପୁରରୁ ୨୧୫, ସୁନ୍ଦରଗଡ଼ରୁ ୯୬୪ ଓ ଷ୍ଟେଟ ପୁଲ୍‌ରୁ ୩୩୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.