om academy

ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣରେ ସ୍ଥିରାବସ୍ଥା : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଭିତରେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ସଂକ୍ରମଣ ହଇଚଇ ସୃଷ୍ଟି କରୁଥିବା ବେଳେ ଗତ ୧୭ ତାରିଖ ପରେ ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଭିତରେ ରହି ଆସୁଛି । ଏଥିରୁ ଅନୁମାନ କରାଯାଉଛି ଯେ, ଜିଲ୍ଲାରେ ସଂକ୍ରମଣରେ ସ୍ଥିରାବସ୍ଥା ରହିଛି । କିନ୍ତୁ ତଥାପି କୋଭିଡ୍‌ କଟକଣା ପ୍ରତି ଜିଲ୍ଲାବାସୀଙ୍କ ଆନ୍ତରିକତା ରହିଲେ ସଂକ୍ରମଣକୁ ହଟାଯାଇ ପାରିବ ବୋଲି ଚିନ୍ତା କରାଯାଉଛି । ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୨୨ ଜଣ, ବଲାଙ୍ଗିର ବ୍ଲକରୁ ୧୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୯ ଜଣ, ବେଲପଡ଼ା ବ୍ଲକରୁ ୩୪ ଜଣ, ଦେଓଗାଁ ବ୍ଲକରୁ ୨୦ ଜଣ, ଗୁଡ଼ଭେଲା ବ୍ଳକରୁ ୨୬ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୨ ଜଣ, ଖପ୍ରାଖୋଲ ବ୍ଲକରୁ ୨୦ ଜଣ, ଲୋଇସିଂହା ବ୍ଲକରୁ ୧୫ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ଜଣେ, ପାଟଣାଗଡ଼ ଏନ୍‌ଏସି.ରୁ ଜଣେ, ପୁଇଁନ୍ତଲା ବ୍ଲକରୁ ୧୭ ଜଣ, ସଇଁନ୍ତଲା ବ୍ଲକରୁ ୧୧ ଜଣ, ଟିଟିଲାଗଡ଼ ବ୍ଲକରୁ ୮ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ଜଣେ, ତୁରେକେଲା ବ୍ଲକରୁ ୧୧ ଜଣ ଓ ତୁଷୁରା ଏନ୍‌ଏସି ଅଂଚଳରୁ ୨ ଜଣ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.