ଗତ ୨୪ ଘଂଟାରେ ରାଜ୍ୟରେ ୧୦,୭୫୭ ଆକ୍ରାନ୍ତଙ୍କ ସଂଖ୍ୟା : କଟକ ଜିଲ୍ଲାରେ ୯୭୩, ବଲାଙ୍ଗିର ଜିଲ୍ଲାରେ ୫୦୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬,୦୬୧ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୩୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୦୬, ବାଲେଶ୍ୱରରୁ ୩୫୪, ବରଗଡ଼ରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗିରରୁ ୫୦୭, ବୌଦ୍ଧରୁ ୧୩୩, କଟକରୁ ୯୭୩, ଦେବଗଡ଼ରୁ ୧୦୨, ଢେ଼ଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଗଂଜାମରୁ ୨୦୯, ଜଗତସିଂହପୁରରୁ ୨୧୯, ଯାଜପୁରରୁ ୨୮୧, ଝାରସୁଗୁଡ଼ାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡ଼ାରୁ ୧୪୮, କେଉଁଝରରୁ ୨୦୮, ଖୋର୍ଦ୍ଧାରୁ ୯୦୯, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୁରଭଂଜରୁ ୪୫୪, ନବରଂଗପୁରରୁ ୩୮୬, ନୟାଗଡ଼ରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୮୩୨ ଓ ଷ୍ଟେଟ ପୁଲ୍‌ରୁ ୨୦୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.