om academy

୨୪ ଘଂଟାରେ ରାଜ୍ୟରେ ୧୧,୭୩୨ ନୂଆ ଆକ୍ରାନ୍ତ : ପୁଣି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ, ବଲାଙ୍ଗିର ଜିଲ୍ଲାରେ ୪୦୧

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୭,୪୦୩ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୬୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୬୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୦୦, ବାଲେଶ୍ୱରରୁ ୪୭୨, ବରଗଡ଼ରୁ ୩୬୩, ଭଦ୍ରକରୁ ୪୧୪, ବଲାଙ୍ଗିରରୁ ୪୦୧, ବୌଦ୍ଧରୁ ୨୭୭, କଟକରୁ ୮୭୦, ଦେବଗଡ଼ରୁ ୧୨୯, ଢେ଼ଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଂଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡ଼ାରୁ ୩୯୧, କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୧୩୯, କେଉଁଝରରୁ ୨୨୦, ଖୋର୍ଦ୍ଧାରୁ ୧୭୧୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୁରଭଂଜରୁ ୪୧୮, ନବରଂଗପୁରରୁ ୪୧୭, ନୟାଗଡ଼ରୁ ୨୬୧, ନୂଆପଡ଼ାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୫, ସୁନ୍ଦରଗଡ଼ରୁ ୬୪୧ ଓ ଷ୍ଟେଟ ପୁଲ୍‌ରୁ ୨୬୭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.