ls

ନିଜ ସୁରକ୍ଷା, ନିଜ ମୁଠାରେ : କରୋନା ସଂକ୍ରମଣ କାଳରେ ନିଜ ସୁରକ୍ଷା ଦାୟିତ୍ୱ ନିଜେ ନିଅନ୍ତୁ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ସୁରକ୍ଷା, ନିଜ ମୁଠାରେ । କରୋନା ସଂକ୍ରମଣ କାଳରେ ନିଜ ସୁରକ୍ଷା ଦାୟିତ୍ୱ ନିଜେ ନେବା ନିହାତି ଜରୁରୀ । କସ୍ତୁରୀ ମୃଗ ଯେପରି ସାରା ଜଙ୍ଗଲରେ କସ୍ତୁରୀ ଖୋଜି ବୁଲୁଥାଏ, ଆମେ ମଧ୍ୟ ନିଜ ସୁରକ୍ଷା ବ୍ୟବସ୍ଥାକୁ ଏଣେ ତେଣେ ଖୋଜି ବୁଲୁଛୁ । କରୋନା କଟକଣାକୁ ନମାନି କରୋନା ସଂକ୍ରମଣକୁ ଆମନ୍ତ୍ରଣ କରୁଛୁ । କେବଳ ପୋଲିସ ଭୟରେ ମାସ୍କ ପିନ୍ଧିଲେ ଚଳିବନି, ନିଜ ସୁରକ୍ଷା ପାଇଁ ସ୍ୱତଃ ମାସ୍କ ପିନ୍ଧିବାକୁ ହେବ । ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବାକୁ ହେବ । ବାରମ୍ବାର ସାବୁନରେ ହାତ ଧୋଇ ସଫା ସୁତୁରା ରହିବାକୁ ପଡ଼ିବ । ଆମକୁ ମନେ ରଖିବାକୁ ହେବ ଯେ, ଅଯଥାରେ ନିଜେ କୌଣସି ସ୍ଥାନରେ ଗହଳି କରିବା ନାହିଁ । ନିହାତି ଆବଶ୍ୟକ ନହେଲେ ଘରୁ ବାହାରିବା ନାହିଁ । ଆବଶ୍ୟକ ସ୍ଥଲେ ଦୋକାନ ବଜାରକୁ ଗଲାବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସଂକଳ୍ପ ନେବା ଯେ, ସାମାଜିକ ଦୂରତା ରକ୍ଷା କରିବା । ଗତ ୨୪ ଘଣ୍ଟାରେ ବଲାଙ୍ଗିର ଜିଲ୍ଲାରେ ୩୧୨ଜଣ କରୋନା ସଂକ୍ରମିତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ପୁଣି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୧ହଜାର ୧୭୭ରେ ପହଞ୍ଚିଛି । ଏଭଳି ସଂକ୍ରାମକ ସମୟରେ ନିଜ ସୁରକ୍ଷା ଦାୟିତ୍ୱ ନିଜେ ନେବା ଜରୁରୀ ହୋଇପଡ଼ିଛି । ସରକାରୀ କୋଭିଡ଼୍‌ ଗାଇଡ଼୍‌ ଲାଇନ୍‌ ମାନି ଚଳନ୍ତୁ ଓ ସୁରକ୍ଷିତ ରହନ୍ତୁ ।

pc pk
Leave A Reply

Your email address will not be published.