ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡା ଗ୍ରାମରେ ଆଜି ଠାରୁ କରୋନା ଟୀକା ଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରା ନେଇ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ ସରପଞ୍ଚ ହିମାଞ୍ଚଳ ବୁଡ଼େକଙ୍କ ପ୍ରୟାସ କ୍ରମେ ଆରମ୍ଭ ହୋଇଥିବା ଟୀକା ଦାନ କେନ୍ଦ୍ରରେ ଲୋକଙ୍କ ଭିଡ଼ । ୪୫ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟୀକା ଦିଆଯାଇଥିବା ବେଳେ ୫୩ ମହିଳାଙ୍କ ସମେତ ମୋଟ ୧୩୦ ଜଣ ଆଜି ଟୀକା ନେଇଥିବା ଜଣାଯାଇଛି । ଡା. ରାମପ୍ରସାଦ ପଣ୍ଡା, ପରୁୁଷୋତ୍ତ ସାହୁ, ଡିଇଓ ଡିଲେଶ୍ୱରୀ ମଲ୍ଲିକ, ସ୍ୱାସ୍ଥ୍ୟ କର୍ମୀ ଇତିପ୍ରୀୟା ସିଂ, ପରେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଟୀକା ଦାନ କରିଥିଲେ । ସଇଁନ୍ତଲା ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ କେନ୍ଦ୍ରକୁ ଗସ୍ତ କରି ତଦାରଖ କରିଥିଲେ । ବରିଷ୍ଠ ସମାଜସେବୀ ଦୁର୍ଗାପ୍ରସାଦ ଶର୍ମାଙ୍କୁ ପ୍ରଥମେ ଟୀକା ଦାନ ସହ କାର୍ୟ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ରମେଶ ପରୁୋହିତ, ବିମଲ ଶର୍ମା, ସଜନ ଅଗ୍ରୱାଲ, ଓମି ଶର୍ମା, ଅଜୟ ଶର୍ମା, ସୁବ୍ରତ ବେହେରା, ପ୍ରଦୀପ ବାଗ, ବିକ୍ରମ ସିଂବୁଡ଼େକ, ସତ୍ୟଭାମା ବୁଡ଼େକ, ଡୋଲାମଣି ନାଗ, ଭଗତ ବାଗ ପ୍ରମୁଖ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ ।