ସଇଁନ୍ତଲାରେ ୧୦୧ ଜଣଙ୍କୁ କରୋନା ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ୟ୍ୟାଳୟ ପରସରରେ ‌ଦ୍ୱିତୀୟ ପର୍ୟ୍ୟାୟରେ ୧୦୧ ଜଣ କରୋନା ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ତେବେ ପ୍ରଥମେ ସଇଁନ୍ତଲା ଥାନାର ହାବିଲଦାର ଭୁବନେଶ୍ୱର ଭୋଇଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ବିଡ଼ିଓ ଦେବାଶିଷ ସାମଲ, ଥାନା ଅଧିକାରୀ ବାରିଣୀ ଦାସ, ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ, ବେଲଗା ଫାଣ୍ଡି ଅଧିକାରୀ ଅନାଦି ମଟାରୀ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ସମେତ ବିଭିନ୍ନ ଅଧିକାରୀ ଓ ସରପଞ୍ଚମାନଙ୍କୁ କରୋନା ଟୀକା ଦିଆଯାଇଥିଲା । ଏଥିରେ ଡାକ୍ତରଖାନାରେ ବିଭିନ୍ନ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.