ବଢ଼ୁଛି କରୋନା ସଂକ୍ରମଣ, ଆଜି ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ବିସ୍ଫୋରଣ ମୁହାଁ ସଂକ୍ରମଣ ରେକର୍ଡ ହୋଇଛି । ଗତ ୨୪ ଘଂଟାରେ ୩୬୭୯ଜଣ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିରରେ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । ବଜାରରେ ବୁଲି ଭିଡ଼ ହଟାଇବା ପାଇଁ ଅଧିକାରୀମାନେ ଚେଷ୍ଟା ଜାରି ରଖିଥିବା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ କଡ଼ାକଡ଼ି କରାଯାଉଛି । ଜିଲ୍ଲାର ସମସ୍ତ ଅଧିକାରୀ କରୋନା ସଂକ୍ରମଣ ରୋକିବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଚଂଚଳ ରାଣା ଆଦେଶନାମା ଜାରି କରିଛନ୍ତି । ଏଥିସହିତ ଜିଲ୍ଲାର ସମସ୍ତ ଅଂଚଳରେ ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ରେପିଡ୍‌ ରେସ୍‌ପୋନ୍ସ ଟିମ୍‌ ଗଠନ କରାଯିବା ସହିତ ଚୋବିଶ ଘଂଟିଆ କୋଭିଡ୍‌ କଂଟ୍ରୋଲ୍‌ ରୁମ୍‌ ସେବାକୁ ବଳବତ୍ତର କରାଯାଇଛି । ଜିଲ୍ଲାବାସୀଙ୍କୁ ଅନୁରୋଧ, ସବୁବେଳେ ମାସ୍କ ପିନ୍ଧନ୍ତୁ, ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ, ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ଓ ସାନିଟାଇଜର୍‌ ବ୍ୟବହାର କରନ୍ତୁ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନି ଚଳନ୍ତୁ ।

Leave A Reply

Your email address will not be published.