oum

ଥମୁନି ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତଥାପି ଥମୁନି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୧,୮୬୨କୁ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୬୫୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୭୪, ବାଲେଶ୍ୱରରୁ ୫୦୮, ବରଗଡ଼ରୁ ୪୬୧, ଭଦ୍ରକରୁ ୧୫୧, ବଲାଙ୍ଗିରରୁ ୨୭୪, ବୌଦ୍ଧରୁ ୩୪୭, କଟକରୁ ୧୦୭୩, ଦେବଗଡ଼ରୁ ୧୦୫, ଢେ଼ଙ୍କାନାଳରୁ ୪୮୨, ଗଜପତିରୁ ୭୭, ଗଂଜାମରୁ ୩୪୦, ଜଗତସିଂହପୁରରୁ ୩୦୦, ଯାଜପୁରରୁ ୩୩୭, ଝାରସୁଗୁଡ଼ାରୁ ୩୯୯, କଳାହାଣ୍ଡିରୁ ୬୬୮, କନ୍ଧମାଳରୁ ୧୦୪, କେନ୍ଦ୍ରାପଡ଼ାରୁ ୨୮୫, କେଉଁଝରରୁ ୧୮୦, ଖୋର୍ଦ୍ଧାରୁ ୧୯୦୯, କୋରାପୁଟରୁ ୨୭୨, ମାଲକାନଗିରିରୁ ୧୧୪, ମୟୁରଭଂଜରୁ ୫୮୬, ନବରଂଗପୁରରୁ ୩୪୪, ନୟାଗଡ଼ରୁ ୩୩୧, ନୂଆପଡ଼ାରୁ ୭୦, ପୁରୀରୁ ୪୭୨, ରାୟଗଡ଼ାରୁ ୧୯୮, ସମ୍ବଲପୁରରୁ ୩୫୫, ସୋନପୁରରୁ ୫୫, ସୁନ୍ଦରଗଡ଼ରୁ ୮୪୮ ଓ ଷ୍ଟେଟ ପୁଲ୍‌ରୁ ୩୩୩ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.