jayashree

ନୁନିଆପାଲି ପଂଚାୟତରେ ସରପଞ୍ଚଙ୍କ ଦ୍ୱାରା କୋରୋନା ସଚେତନତା ଅଭିଯାନ

ଲୋଇସିଂହା, (କେପିଏନ୍‌ଏସ୍‌) : ମହାମାରୀ କରୋନା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସରକାରୀ ତଥା ବେସରକାରୀ ସଂସ୍ଥା ଗୁଡିକ ତରଫରୁ ଏହି ଭୁତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଅହରହ ଉଦ୍ୟମ ଜାରି ରହିଛି । ସରକାର ଏଥିପାଇଁ ଲକ୍‌ଡାଉନ ଓ ସଟ୍‌ଡାଉନ ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ସାଧାରଣ ଲୋକେ ସଚେତନ ହେଲେ ହିଁ ଏହି ଭୁତାଣୁ କବଳରୁ ମୁକ୍ତି ମିଳିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋଇସିଂହା ଥାନା ଆଗଲପୁର ବ୍ଲକ ଅଧିନ ନୁନିଆପାଲି ପଂଚାୟତର ସରପଞ୍ଚ ସହଦେଵ ସାହୁ ନିଜ ପଂଚାୟତର ଗାଁ ଗୁଡିକରେ ଲୋକେ ସଚେତନ ହେବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । କରୋନା କୁ ହରାଇବାକୁ ହେଲେ ସାମାଜିକ ଦୂରତା, ହାତ ଧୋଇବା ତଥା ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ସେ ଲୋକଙ୍କୁ ସଚେତନ କରିବା ସହିତ ଅଧିକରୁ ଅଧିକ ଲୋକେ ଟୀକା ନେଇ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.