ଖଡ଼ିଆଳ ଏନ୍‌ଏସି ପକ୍ଷରୁ କରୋନା ସଚେତନତା ଶିବିର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖଡ଼ିଆଳ ଏନ୍‌ଏସି ପରିସର ମଧ୍ୟରେ ଥିବା ସମସ୍ତ ସ୍କୁଲରେ ସଚେତନତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଛନ୍ତି । ଖଡ଼ିଆଳ ଏନ୍‌ଏସି କର୍ମଚାରୀମାନେ ସ୍କୁଲ ପରିସର ମଧ୍ୟରେ ସଚେତନତା ଅବଲମ୍ବନ କରିବାକୁ କହିଛନ୍ତି । ମାସ୍କ ବ୍ୟବହାର, ସାମାଜିକ ଦୂରତା ବିଜାୟ ରଖିବାକୁ ସତର୍କତା ଅବଲମ୍ବନ କଲେ କୋଭିଡ ପାଖ ପସି ପାରିବନି ବୋଲି କହିଥିଲେ । କୋଭିଡ ତୃତୀୟ ଲହର ବିଶେଷ କରି ୧୮ ବର୍ଷରୁ କମ ଶିଶୁ କିଶୋର ଏବଂ କିଶୋରୀଙ୍କୁ ସଂକ୍ରମଣ କରୁଛି । କୋଭିଡ ନିୟମାବଳୀ ପାଳନ କରି ସଜାଗ ରହିଲେ କୋଭିଡକୁ ହରାଇ ପରିବା ବୋଲି କହିଛନ୍ତି ।

Leave A Reply

Your email address will not be published.