oom

ଗତ ୨୪ ଘଂଟାରେ ରାଜ୍ୟରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ୯୩୦୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୨, ଭଦ୍ରକରୁ ୧୮, ବଲାଙ୍ଗିରରୁ ୨, କଟକରୁ ୧୪୦, ଦେବଗଡରୁ ୧୩, ଢେଙ୍କାନାଳରୁ ୧୦, ଗଜପତିରୁ ୧, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୩୨, ଯାଜପୁରରୁ ୩୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୨୧, କେଉଁଝରରୁ ୧୬, ଖୋର୍ଦ୍ଧାରୁ ୨୮୬, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୨୧, ନୟାଗଡ଼ରୁ ୨୨, ପୁରୀରୁ ୩୫, ରାୟଗଡାରୁ ୪, ସମ୍ୱଲପୁରରୁ ୧୯, ସୋନପୁରରୁ ୧, ସୁନ୍ଦରଗଡରୁ ୧୨ ଓ ଷ୍ଟେଟ ପୁଲରୁ ୫୯ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.