oom

ବଲାଙ୍ଗିର ସଚେତନ ମହିଳା ମଞ୍ଚଙ୍କୁ କରୋନା ଯୋଦ୍ଧା ସମ୍ମାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ନିଜ ଜୀବନ ଓ ନିଜ ପରିବାର ଲୋକଙ୍କୁ ଛାଡି ଦିନ ରାତି ପରିଶ୍ରମ କରି ଅନେକ ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇ କରୋନା ଯୋଦ୍ଧା ଭାବରେ ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗିର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଚେତନ ମହିଳା ମଞ୍ଚର ନିହାରିକା ମିଶ୍ର, ସାଗରିକା ଗୁରୁ, କସ୍ତୁରୀ ରଥ, ପ୍ରମିଳାମୟୀ ମିଶ୍ର, ରଞ୍ଜିତା ମିଶ୍ର, ସଂଯୁକ୍ତା ମିଶ୍ର, କଳ୍ପନା ବିଭାର, କରବି ଚଟର୍ଜୀ, ବୀଣା ପାଣି ଆଚାର୍ଯ୍ୟ, ସରୋଜା ମାଝୀ, କୁସୁମ ଶତପଥି ସମେତ ଅନ୍ୟାନ୍ୟ ସଦସ୍ୟାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା । ମହାମାରୀ କରୋନା ସମୟରେ ଅଞ୍ଚଳର ଲୋକ ମାନଙ୍କୁ ସଚେତନ କରିବା ସହ ଖାଦ୍ୟ, ମାକ୍ସ, ସାନିଟାଇଜର ଆଦି ବଣ୍ଟନ କରିବା ସହ ଲୋକଙ୍କୁ ସହଯୋଗ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା କ୍ଲବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ସଚେତନ ମହିଳା ମଞ୍ଚର ଏଭଳି କାର୍ଯ୍ୟରେ କରୋନା ଯୋଦ୍ଧା ଭାବରେ ସମ୍ମାନିତ ହୋଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ଉତ୍ସାହିତ ମଧ୍ୟ ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.