oom

ସ୍ୱାଧୀନତା ଦିବସରେ କରୋନା ଯୋଦ୍ଧା ସମ୍ମାନିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଆଜି ବରଗଡ ଜଜ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶା ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦାନ କରି ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବା ସହିତ ବିଶ୍ୱ ଦରବାରରେ କୋଭିଡ ନିୟନ୍ତ୍ରଣରେ ଓଡ଼ିଶା ବେଶ ପ୍ରଶଂସିତ ହୋଇଛି । ଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଡାକ୍ତର ସୁଦୀପ୍ତ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳି ଦାଶ, ଆଶାକର୍ମୀ ଶ୍ରୀମତୀ ଗିତାଞ୍ଜଳି ଠାକୁରଙ୍କ କୋଭିଡ ସମୟର କାର୍ଯ୍ୟଦକ୍ଷତା ସକାଶେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଆମନ୍ତ୍ରଣ କ୍ରମେ କରୋନା ଯୋଦ୍ଧା ଭାବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବେଷ୍ଟ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିଲେ । କରୋନା ଯୋଦ୍ଧା ଭାବେ ସମ୍ମାନୀତ ହୋଇଥିବା ଡାକ୍ତର ଶ୍ରୀ ସାହୁ, ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ଏବଂ ଆଶାକର୍ମୀ ଶ୍ରୀମତୀ ଠାକୁର ଦିବାରାତ୍ରକୁ ଏକାକାର କରି ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାକାର୍ଯ୍ୟ ନିଜକୁ ସମର୍ପିତ କରିଥିବା ହେତୁ ଏଇ ମର୍ଯ୍ୟାଦା ପୂର୍ଣ୍ଣ ସମ୍ମାନ ଦିଆଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ଠାରୁ ପ୍ରକାଶ ।

jittmm
Leave A Reply

Your email address will not be published.