୧୦,୩୨୧ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୨୪ ଘଂଟାରେ ରାଜ୍ୟରେ : ଖୋର୍ଦ୍ଧା ଜିଲ୍ଲାରେ ୧୫୬୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୩୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୪,୫୩୯ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୭୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୪୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡ଼ରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗିରରୁ ୨୯୧, ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡ଼ରୁ ୧୧୪, ଢେ଼ଙ୍କାନାଳରୁ ୭୭, ଗଜପତିରୁ ୫୬, ଗଂଜାମରୁ ୨୦୩, ଜଗତସିଂହପୁରରୁ ୧୫୯, ଯାଜପୁରରୁ ୩୩୦, ଝାରସୁଗୁଡ଼ାରୁ ୩୧୨, କଳାହାଣ୍ଡିରୁ ୫୯୯, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୧୬୨, କେଉଁଝରରୁ ୨୦୪, ଖୋର୍ଦ୍ଧାରୁ ୧୫୬୬, କୋରାପୁଟରୁ ୩୩୮, ମାଲକାନଗିରିରୁ ୭୭, ମୟୁରଭଂଜରୁ ୪୫୮, ନବରଂଗପୁରରୁ ୩୩୪, ନୟାଗଡ଼ରୁ ୨୭୩, ନୂଆପଡ଼ାରୁ ୧୪୫, ପୁରୀରୁ ୪୭୨, ରାୟଗଡ଼ାରୁ ୧୬୩, ସମ୍ବଲପୁରରୁ ୧୦୫, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୮୧୯ ଓ ଷ୍ଟେଟ ପୁଲ୍‌ରୁ ୨୪୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.