ପୁଣି ଦିନକରେ ରାଜ୍ୟରେ ୧୨ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧାରେ ୨୨୦୧ ଓ ବଲାଙ୍ଗିରରେ ୪୬୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୪,୦୧୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪୫୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୩୨, ବାଲେଶ୍ୱରରୁ ୩୪୦, ବରଗଡ଼ରୁ ୫୦୭, ଭଦ୍ରକରୁ ୪୧୨, ବଲାଙ୍ଗିରରୁ ୪୬୧, ବୌଦ୍ଧରୁ ୨୨୮, କଟକରୁ ୭୧୯, ଦେବଗଡ଼ରୁ ୧୦୮, ଢେ଼ଙ୍କାନାଳରୁ ୧୭୪, ଗଜପତିରୁ ୧୧୫, ଗଂଜାମରୁ ୩୮୭, ଜଗତସିଂହପୁରରୁ ୨୫୯, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩, କଳାହାଣ୍ଡିରୁ ୨୧୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୩୭, କେଉଁଝରରୁ ୨୦୮, ଖୋର୍ଦ୍ଧାରୁ ୨୨୦୧, କୋରାପୁଟରୁ ୨୪୬, ମାଲକାନଗିରିରୁ ୧୦୩, ମୟୁରଭଂଜରୁ ୪୮୦, ନବରଂଗପୁରରୁ ୩୬୨, ନୟାଗଡ଼ରୁ ୩୦୧, ନୂଆପଡ଼ାରୁ ୨୦୪, ପୁରୀରୁ ୪୬୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୬୭୭, ସୋନପୁରରୁ ୧୭୮, ସୁନ୍ଦରଗଡ଼ରୁ ୮୮୨ ଓ ଷ୍ଟେଟ ପୁଲ୍‌ରୁ ୩୫୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.