ଅସମ୍ଭାଳ ସ୍ଥିତିରେ ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦, ବଲାଙ୍ଗିର ଜିଲ୍ଲାରୁ ୩୫୮ : ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାରରୁ ଅଧିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଜାରି ରହିଛି କରୋନାର ଧୂଆଁଧାର ସଂକ୍ରମଣ । ଅସମ୍ଭାଳ ସ୍ଥିତିରେ ଆସି ପହଂଚିଲାଣି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟଙ୍କ ସଂଖ୍ୟା ୫୫୨୪୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୮୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୦୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୪୭, ବାଲେଶ୍ୱରରୁ ୨୦୨, ବରଗଡ଼ରୁ ୨୫୭, ଭଦ୍ରକରୁ ୬୭, ବଲାଙ୍ଗିରରୁ ୩୫୮, ବୌଦ୍ଧରୁ ୮୩, କଟକରୁ ୪୯୬, ଦେବଗଡ଼ରୁ ୬୧, ଢେ଼ଙ୍କାନାଳରୁ ୨୧, ଗଜପତିରୁ ୯୬, ଗଂଜାମରୁ ୨୦୯, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୨୭୦, ଝାରସୁଗୁଡ଼ାରୁ ୪୩୩, କଳାହାଣ୍ଡିରୁ ୧୨୬, କନ୍ଧମାଳରୁ ୧୨୬, କେନ୍ଦ୍ରାପଡ଼ାରୁ ୪୯, କେଉଁଝରରୁ ୧୭୫, ଖୋର୍ଦ୍ଧାରୁ ୧୮୪୦, କୋରାପୁଟରୁ ୬୯, ମାଲକାନଗିରିରୁ ୨୪, ମୟୁରଭଂଜରୁ ୨୮୯, ନବରଂଗପୁରରୁ ୩୮୮, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୨୩୩, ପୁରୀରୁ ୨୫୯, ରାୟଗଡ଼ାରୁ ୭୫, ସମ୍ବଲପୁରରୁ ୩୦୭, ସୋନପୁରରୁ ୬୭, ସୁନ୍ଦରଗଡ଼ରୁ ୯୩୩ ଓ ଷ୍ଟେଟ ପୁଲ୍‌ରୁ ୩୪୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.