ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ୪୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୧ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୨ରୁ ୧, ୮ରୁ ୧, ୧୪ରୁ ୨, ୧୬ରୁ ୨, ୧ରୁ ୩, ୧୦ରୁ ୩, ୯ରୁ ୩, ୧୧ରୁ ୪, ୧୭ରୁ ୪, ୧୩ରୁ ୫, ୫ରୁ ୭, ୬ରୁ ୭, ୨୧ରୁ ୯, ୪ରୁ ୯, ୧୮ରୁ ୧୦, ୭ରୁ ୧୦, ୨୦ରୁ ୧୧, ୨ରୁ ୧୫, ୧୯ରୁ ୧୬ ଓ ୧୫ରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟିର ୱାର୍ଡ ନଂ.୪ରୁ ୧, ୯ରୁ ୧, ୧୪ରୁ ୨, ୬ରୁ ୨, ୭ରୁ ୨, ୧୫ରୁ ୫, ୫ରୁ ୫, ୧ରୁ ୬, ୧୦ରୁ ୬, ୩ରୁ ୬ ଓ ୮ରୁ ୧୦ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି ।
ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକର ଶିବତଲା ଗ୍ରା.ପ.ରୁ ୧୯ ଜଣ ଓ ବ୍ଲକରେ ସମୁଦାୟ ୩୪ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୯ ଜଣ, ବେଲପଡ଼ା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ୧୩ ଜଣ, ଗୁଡ଼ଭେଲା ବ୍ଲକରୁ ୪ ଜଣ, କଂଟାବାଂଜି ଏନ୍ଏସି ଅଂଚଳରୁ ୨୦ ଜଣ, ଖପ୍ରାଖୋଲ ବ୍ଲକରୁ ୧୧ ଜଣ, ଲୋଇସିଂହା ବ୍ଲକର କୁଶଙ୍ଗ ଗ୍ରା.ପ.ରୁ ୧୯ ଜଣ ଓ ବ୍ଲକରେ ସମୁଦାୟ ୪୦ ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୭ ଜଣ, ପାଟଣାଗଡ଼ ଏନ୍ଏସିରୁ ୩ ଜଣ, ସଇଁନ୍ତଲା ବ୍ଲକର ଟିକ୍ରାପଡ଼ା ଗ୍ରା.ପ.ରୁ ୧୮ ଜଣ ଓ ବ୍ଲକରେ ସର୍ବମୋଟ ୫୫ ଜଣ, ଟିଟିଲାଗଡ଼ ବ୍ଲକରେ ୧୨ ଜଣ, ତୁରେକେଲା ବ୍ଲକରେ ଜଣେ, ତୁଷୁରା ଏନ୍ଏସିରୁ ୫ ଜଣ ଏବଂ ପୁଇଁନ୍ତଲା ବ୍ଲକରୁ ୧୦ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।