ବଲାଙ୍ଗିର ଜିଲ୍ଲାରେ ବି ବୋବାଲ୍‌ କରୁଛି କରୋନା ସଂକ୍ରମଣ : ଆଜି ଦିନକରେ ୨୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ମ୍ୟୁନିସିଟିପାଲିଟିରୁ ୬୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବି ବୋବାଲ୍‌ ମଚାଉଛଇ କରୋନା ସଂକ୍ରମଣ । ଆଜି ଦିନକରେ ୨୩୪ ଜଣ ନୂଆ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟିରୁ ଚିହ୍ନଟ ହୋଇଛନ୍ତିି ୬୦ ଜଣ । ବଲାଙ୍ଗିର ଜିଲ୍ଲାରେ ବି ଦିନକୁ ଦିନ ସଂକ୍ରମଣର ସ୍ଥିତି ବିଗିଡ଼ିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ବି ଲୋକ ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି, ଯାହା ଜିଲ୍ଲା ପ୍ରଶାସନର ମୁଣ୍ଡ ବଥାର କାରଣ ପାଲଟିଛି ।

ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୪, ୧୦ରୁ ୧, ୧୧ରୁ ୧, ୧୨ରୁ ୯, ୧୩ରୁ ୨, ୧୪ରୁ ୩, ୧୫ରୁ ୨, ୧୫ରୁ ୨, ୧୯ରୁ ୩, ୨ରୁ ୪, ୨୦ରୁ ୯, ୨୧ରୁ ୪, ୩ରୁ ୨, ୪ରୁ ୩, ୫ରୁ ୬, ୭ରୁ ୧, ୭ରୁ ୩ ଓ ୮ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ୬ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୨ରୁ ୨, ୧୪ରୁ ୨, ୨ରୁ ୨, ୩ରୁ ୧, ୪ରୁ ୧, ୫ରୁ ୧, ୬ରୁ ୨, ୭ରୁ ୧ ଓ ୮ରୁ ୪ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ୩, ୪ରୁ ୧, ୭ରୁ ୧, ୯ରୁ ୧ ଓ ୧୫ରୁ ୧ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୧୧ ଜଣ, ବଲାଙ୍ଗିର ବ୍ଲକରୁ ୬ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ ଜଣ, ବେଲପଡ଼ା ବ୍ଲକ୍‌ରୁ ୨୬ ଜଣ, ଦେଓଗାଁ ବ୍ଲକ୍‌ରୁ ଜରେ, ଗୁଡ଼ଭେଲା ବ୍ଲକ୍‌ରୁ ଜଣେ, ଖପ୍ରାଖୋଲ ବ୍ଲକ ୩ ଜଣ, ଲୋଇସିଂହା ବ୍ଲକରୁ ୧୩ ଜଣ, ମୁରିବାହାଲ ବ୍ଲକରୁ ୧୬ ଜଣ, ପାଟଣାଗଡ଼ ବ୍ଲକରୁ ୯ ଜଣ, ପୁଇଁନ୍ତଲା ବ୍ଲକରୁ ୨୨ ଜଣ, ସଇଁନ୍ତଲା ବ୍ଲକ୍‌ରୁ ୨୨ ଜଣ, ଟିଟିଲାଗଡ଼ ବ୍ଲକରୁ ୧୦ ଜଣ ଓ ତୁରେକେଲା ବ୍ଲକରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.