ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୭, ବଲାଙ୍ଗିର ପୌରାଂଚଳରୁ ୭୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୭ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ସର୍ବାଧିକ ୭୧ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨, ୧୦ରୁ ୧, ୧୧ରୁ ୨, ୧୨ରୁ ୧, ୧୪ରୁ ୩, ୧୫ରୁ ୩, ୧୬ରୁ ୧, ୧୮ରୁ ୭, ୧୦ରୁ ୭, ୨ରୁ ୧୦, ୨୦ରୁ ୧, ୨୧ରୁ ୬, ୩ରୁ ୬, ୪ରୁ ୪, ୫ରୁ ୧୧, ୬ରୁ ୩, ୭ରୁ ୧ ଓ ୯ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୨, ୧୦ରୁ ୧, ୧୨ରୁ ୪, ୧୪ରୁ ୧, ୪ରୁ ୧, ୫ରୁ ୧, ୬ରୁ ୨ ୮ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୭ରୁ ୧, ୮ରୁ ୨, ୨ରୁ ୧ ଓ ୯ରୁ ୧ ଏବଂ କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୧ରୁ ୧, ୧୪ରୁ ୨, ୨ରୁ ୧, ୩ରୁ ୨, ୫ରୁ ୨, ୭ରୁ ୨, ୮ରୁ ୫ ଓ ୯ରୁ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ତୁଷୁରା ଏନ୍‌ଏସି. ୱାର୍ଡ ନଂ.୩ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

ଆଗଲପୁର ବ୍ଲକ ଡୁଡ଼ୁକା ଗ୍ରା.ପ.ରୁ ଜଣେ, ଭରସୁଜା ଗ୍ରା.ପ.ରୁ ୬ ଜଣ ଓ ନୂଆଗାଁ(ବି) ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ବଏଦିପାଲି ଗ୍ରା.ପ.ରୁ ୪୯, ବାରପୁରଗିଆ ଗ୍ରା.ପ.ରୁ ଜଣେ, ଚୁଡ଼ାପାଲି ଗ୍ରା.ପ.ରୁ ୩ ଜଣ, କୁଟୁମଡେ଼ାଲା ଗ୍ରା.ପ.ରୁ ୨ ଜଣ, ସଦେଇପାଲି ଓ ଶିବତଲା ଗ୍ରା.ପ.ରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବେଲପଡ଼ା ବ୍ଲକ ଧୁମାଭଟା ଗ୍ରା.ପ.ରୁ ୨ ଜଣ ଓ ବେଲପଡ଼ା ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଡୁମେରପିଟା ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୨ ଜଣ, ଖପ୍ରାଖୋଲ ବ୍ଳକ ଭାନପୁର ଗ୍ରା.ପ.ରୁ ଜଣେ ଓ ବାନ୍ଧୁପଲା ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ହୀରାପୁର ଗ୍ରା.ପ.ରୁ ୨ ଜଣ, କୁଶମେଲ, ଲୋଇସିଂହା, ରେଙ୍ଗାଲି ଓ ତଲିଉଡ଼ାର ଗ୍ରା.ପ.ରୁ ଜଣେ ଲେଖାଏଁ, ମନହୀରା ଗ୍ରା.ପ.ରୁ ୩ ଜଣ, ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା, ତେଣ୍ଡାପଦର ଓ ଉଲ୍‌ବା ଗ୍ରା.ପ.ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ଆଠଗାଁ ଓ ଛତାମଖ୍‌ନା ଗ୍ରା.ପ.ରୁ ୪ ଜଣ ଲେଖାଏଁ ଏବଂ ମଲମୁଣ୍ଡା ଓ ପୁଇଁନ୍ତଲା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଳକ ବଡ଼ମାଲ ଗ୍ରା.ପ.ରୁ ୨ ଜଣ, ଭଦ୍ରା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ଗ୍ରା.ପ.ରୁ ୨ ଜଣ ଓ ଶିଶକେଲା ଗ୍ରା.ପ.ରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି । ଟିଟିଲାଗଡ଼ ବ୍ଲକ ମନିଗାଁ ଗ୍ରା.ପ.ରୁ ୨ ଜଣ, ତୁରେକେଲା ବ୍ଲକ ତୁରେକେଲା ଓ ଧାମନଡଙ୍ଗା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସବୁବେଳେ ମାସ୍କ ପରିଧାନ କରନ୍ତୁ, ଅଯଥାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ବାରମ୍ବାର ହାତ ଧୁଅନ୍ତୁ, ସାନିଟାଇଜର୍‌ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା କୋରାନା ଗାଇଡ୍‌ ଲାଇନ୍‌ ମାନି ଚଳନ୍ତୁ ।

Leave A Reply

Your email address will not be published.